EntertainmentLatest

କଳା ରଙ୍ଗ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା

ମୁମ୍ବାଇ : (ସଂକେତ ଟିଭି) ପ୍ରିୟଙ୍କା ଚୋପ୍ରା ୨୦୦୦ରେ ବିଶ୍ୱ ସୁନ୍ଦରୀ ହେବା ପରେ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ଅଭିନୟ ଜଗତରେ ସେ ବେଶ୍ ସଫଳତା ଅର୍ଜନ କରିଛନ୍ତି । ଏବେ ସେ କେବଳ ବଲିଉଡ୍ ନୁହେଁ, ହଲିଉଡ୍‌ରେ ବି ନିଜର ଜଲୱା ଦେଖାଇ ସାରିଲେଣି । ଆସନ୍ତୁ ଆଜି ଜାଣିବା ତାଙ୍କ ସଫଳତାର କାହାଣୀ…

ହଲିଉଡ୍‌ରେ ସେ ବେଶ୍ ଅଧିକ ଲୋପ୍ରିୟତା ଅର୍ଜନ କରି ସାରିଛନ୍ତି । ଅନେକ ହଲିଉଡ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଏହି ସଫଳତା ପାଇବା ପାଇଁ ବଲିଉଡ୍‌ରେ ଅନେକ ସଙ୍ଘର୍ଷ ମଧ୍ୟ କରିବାକୁ ପଡ଼ିଛି । ନିଜର ପରିଚୟ ସୃଷ୍ଟି କରିବାକୁ ସେ ଖୁବ ପରିଶ୍ରମ କରିଛନ୍ତି । ଏପରିକି ପ୍ରିୟଙ୍କାଙ୍କୁ ତାଙ୍କର ତ୍ୱଚାର ରଙ୍ଗ ପାଇଁ ଏକ ସମୟରେ ଲୋକେ ‘କାଲୀ ବିଲ୍ଲୀ’ ବୋଲି ଡାକୁଥିଲେ ।

ନିକଟରେ ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କା ନିଜର କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ବ୍ରିଟିଶମାନେ ଆଜି ଯଦିଓ ଆମ ଉପରେ ରାଜ୍ କରୁନାହାନ୍ତି । କିନ୍ତୁ ସେମାନେ ବନାଇ ଯାଇଥିବା ପଥରେ ଆଜି ବି ଆମେ ଚାଲୁଛେ । ଆଜି ବି ଇଣ୍ଡଷ୍ଟ୍ରିରେ ହେଉ ବା ପରିବାରରେ ହେଉ, ଶରୀରର ରଙ୍ଗ କମ୍ ହୋଇଥିଲେ ସମାଲୋଚନା କରାଯାଉଛି । ଆମ ପିଢ଼ିଙ୍କୁ ବୁଝିବାକୁ ପଡ଼ିବ ଯେ ରଙ୍ଗର ବାଛବିଚାର ଆଗକୁ ଯାଇ ଆମକୁ ଦକ୍ଷତାକୁ ବୁଝିବାକୁ ପଡ଼ିବ । ଏଭଳି ରଙ୍ଗକୁ ନେଇ ବାଛବିଚାର ମନରୁ ବହାର
କରିବା ଠିକ୍ । ମୁଁ ଶ୍ୟାମଳୀ ହୋଇ ମଧ୍ୟ ନିଜ ଦକ୍ଷତା ପାଇଁ ଆଜି ଏଠାରେ ପହଞ୍ଚି ପାରିଛି ବୋଲି କହିଥିଲେ ପ୍ରିୟଙ୍କା ।

ଆହୁରି ମଧ୍ୟ ସେ କହିଥିଲେ ଯେ ଇଣ୍ଡଷ୍ଟ୍ରୀରେ ସହ-ଅଭିନେତ୍ରୀଙ୍କ ଠାରୁ ଅଧିକ ଦକ୍ଷତା ଥାଇ ମଧ୍ୟ ରଙ୍ଗ କମ ଥିବାରୁ ସଫଳତା ପାଇଁ ସଂଘର୍ଷ କରିବା ପଡ଼ିଛି । ସଫଳତା ପାଇବା ପାଇଁ ରଙ୍ଗ ନୁହେଁ ବରଂ କଠିନ ପରିଶ୍ରମରେ ବିଶ୍ୱାସ ରଖନ୍ତି ପ୍ରିୟଙ୍କା ।