EntertainmentFeaturedLatest

ସତୀଶ କୌଶିକ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ଫାର୍ମ ହାଉସରୁ ମିଳିଲା ନିଷିଦ୍ଧ ଔଷଧ

ନୂଆଦିଲ୍ଲୀ : (ସଂକେତ ଟିଭି) ବଲିଉଡ୍ କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ଆସିଛି । ଏହି ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ପୋଲିସ ହାତରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ହାତରେ ଲାଗିଛି । ସତୀଶ କୌଶିକଙ୍କ ଫାର୍ମ ହାଉସରୁ ପୋଲିସ ନିଷିଦ୍ଧ ଔଷଧ ଜବତ କରିଛି ।

ସୂଚନା ଅନୁସାରେ, ବଲିଉଡ୍ କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତକୁ ୪ଦିନ ବିତିଯାଇଥିଲେ ସୁଦ୍ଧା ମୃତ୍ୟୁର କାରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ ତଥା ସାଥି କଳାକାର । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏହାକୁ ନେଇ ତର୍କ ବିତର୍କ ଲାଗି ରହିଛି । ପୋଲିସ ମଧ୍ୟ ତଦନ୍ତ ଜାରି ରଖିଥିବା ବେଳେ ଆଜି ପୋଲିସ ହାତରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ହାତରେ ଲାଗିଛି । ସତୀଶ କୌଶିକଙ୍କ ଫାର୍ମ ହାଉସରୁ ପୋଲିସ ନିଷିଦ୍ଧ ଔଷଧ ଜବତ କରିଛି ।
କାପସହେଡା ଅଞ୍ଚଳରେ ଥିବା ଫାର୍ମ ହାଉସରେ ସତୀଶ କୌଶିକ ହୋଲି ପାର୍ଟି କରିଥିଲେ । ତେବେ ସେହିଦିନ ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଫାର୍ମ ହାଉସରେ ଚଢାଉ କରିଥିଲା ଟିମ । ତେବେ ତଦନ୍ତ ସମୟରେ ପୋଲିସକୁ କିଛି ନିଷିଦ୍ଧ ଔଷଧ ମିଳିଥିବା ସୂଚନା ଦିଆଯାଇଛି । ହୋଲି ପାର୍ଟି ଦିନ ରାତିରେ ସେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ରାତି ପ୍ରାୟ ୧୨ଟା ୧୦ ମିନିଟ ସମୟରେ ଗୁରୁଗ୍ରାମର ଫୋଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲର ଫାଟକ ନିକଟରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ଫାର୍ମ ହାଉସରେ ହୋଲି ପାର୍ଟି କରାଯାଇଥିଲା ତାହା ଏକ ଗୁଟଖା ମାଲିକର ଅଟେ । ସେ ଏକ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଛି । ତେବେ ମିଳିଥିବା ଖବର ଅନୁସାରେ ସତୀଶ କୌଶିକଙ୍କ ମୃତ୍ୟୁ ପରେ ସେ ନିଖୋଜ ହୋଇଯାଇଥିବା ବେଳେ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି ।

କାପସଗେଡା ଥାନା କର୍ମଚାରୀମାନେ କହିଛନ୍ତି ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । କୌଣସି ସୂଚନା ହସ୍ତଗତ ହେଲେ ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ।