CulturalFeaturedLatest

ଲକି ଡ୍ରରେ ପାଇଲେ ୨୦ କୋଟିର ଘର

ନୂଆଦିଲ୍ଲୀ : (ସଂକେତ୍ ଟିଭି ) କୁହାଯାଏ ଈଶ୍ୱର ଯେତେବେଳେ ଦେଇଥାନ୍ତି ଛପର ଫାଡି ଦେଇଥାନ୍ତି । ଏହି କଥାର ସତ୍ୟତା ମଧ୍ୟ ବହୁ ସମୟରେ ପ୍ରମାଣିତ ହୋଇଛି । ଏଠି ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ସେଠି ମଧ୍ୟ ଭାଗ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ବ୍ରିଟେନର କେଣ୍ଟରେ ଏକ ଦାମୀ ଓ ବିଳାସମୟ କୋଠାର ଅଧିକାରୀ ହୋଇଛନ୍ତି ଏକ ଗରିବ ଦମ୍ପତି ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏହି ଘରର ବଜାର ମୂଲ୍ୟ ୨୦ କୋଟି ଟଙ୍କା ହୋଇଥିବା ବେଳେ ଦମ୍ପତିଙ୍କୁ ଏହା ମାତ୍ର ୧ ହଜାର ଟଙ୍କାରେ ମିଳିଯାଇଛି ।

ଜେଡ୍‌ ଓ ତାଙ୍କ ପାର୍ଟନର କିଙ୍ଗସ୍‌ ଡାଉନରେ ଥିବା ଏହି ସମ୍ପତ୍ତିକୁ ଏକ ଲକି ଡ୍ର ଜରିଆରେ ନିଜ ନାମରେ କରିଛନ୍ତି । କିନ୍ତୁ ଏବେ ଦମ୍ପତି ଏହି ଘରକୁ ବିକ୍ରୀ କରି ଏଥିରୁ ପଇସା ରୋଜଗାର କରିବାକୁ ଚିନ୍ତା କରୁଛନ୍ତି । ଦମ୍ପତି ମାତ୍ର ୧ ହଜାର ପଞ୍ଜିକରଣ ଫି ଦେଇ ଏହି ଲକି ଡ୍ରରେ ଭାଗ ନେଇଥିଲେ ଓ ଭାଗ୍ୟ ବଳରେ ସେ ୨୦ କୋଟି ବଙ୍ଗଳାର ମାଲିକ ପାଲଟିଗଲେ । ଏବେ ଦମ୍ପତିଙ୍କୁ ଏହି ଘଟଣା ସ୍ୱପ୍ନ ପରି ମନେ ହେଉଛି । ମିଡ୍‌ଲ୍ୟାଣ୍ଡରେ ରହୁଥିବା ଏହି ଦମ୍ପତିଙ୍କୁ କେବଳ ଘର ଏକ ହଜାର ଟଙ୍କାରେ ମିଳିନାହିଁ ବରଂ ଏହାର ଉଚିତ ଦେଖାରଖା ଲାଗି ତାଙ୍କୁ ଅର୍ଥ ମଧ୍ୟ ମିଳିଛି । ତେବେ ଭାଗ୍ୟ ବଳରେ ପାଇଥିବା ଏହି ଘରକୁ ଦମ୍ପତି ଏବେ ୨୬ କୋଟି ଟଙ୍କାରେ ବିକିବାକୁ ଯୋଜନା କରିଛନ୍ତି ।