CulturalFeaturedLatest

ପୃଥିବୀ ଆଡକୁ ମୁହାଁଇଛି ଏକ ନୂଆ ବ୍ଲାକହୋଲ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମହାକାଶରେ ଏକ ନୂତନ ଆବିଷ୍କାର କରିଛନ୍ତି ବୈଜ୍ଞାନିକ ଯାହାକି ଆମ ସମସ୍ତଙ୍କ ପାଇଁ ଖୁବ୍ ବିପଜ୍ଜନକ । ସୂଚନାଥାଉକି ବୈଜ୍ଞାନିକମାନେ ଏକ ବ୍ଲାକହୋଲ୍ସ ବିଷୟରେ ଠାବ କରିଛନ୍ତି ଯାହାର ଦିଗ ପୃଥିବୀ ଆଡକୁ ରହିଛି । ଖାସ୍‌ କଥା ଏହାଯେ ଏହି ବ୍ଲାକହୋଲ୍ସରୁ ବାହାରୁଥିବା ରଶ୍ମି ପୃଥିବୀ ପର୍ଯ୍ୟନ୍ତ ପହଞ୍ଚୁଛି ଯାହାକି ବିଶ୍ୱବାସୀଙ୍କ ପାଇଁ ଖୁବ୍‌ ବିପଜ୍ଜନକ ରହିଛି । ବ୍ଲାକହୋଲ୍ସରୁ ଅଚାନକ ପୃଥିବୀ ଆଡକୁ ମୁହାଁଇବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହା ପୃଥିବୀଠାରୁ ୬୫୭ ମିଲିୟନ ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ ଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ପରନ୍ତୁ ଏଥିରୁ ବାହାରୁଥିବା ରେଡିଏସନ୍ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚୁଛି ।

ଏହି ବିଶାଳକାୟ ବ୍ଲାକହୋଲ୍ ଏତେବଡ଼ ଯେ ଏଥିରେ ସୂର୍ଯ୍ୟଙ୍କ ଆକାରର ବହୁଗୁଣା ସୂର୍ଯ୍ୟ ଏଥିରେ ବିଲୋପ ହୋଇଯିବେ । ଏହା ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମହାକାଶରେ ଏହା କିଭଳି ସମ୍ଭବ ହେଲା ତାହା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏପରି ଘଟଣା ପୂର୍ବରୁ କେବେବି ଦୃଷ୍ଟିଗୋଚର ହୋଇନାହିଁ । ଏପରି କ୍ଷେତ୍ରରେ ବର୍ତ୍ତମାନ ସାରା ବିଶ୍ୱପାଇଁ ଏହା ବଡ଼ ବିପଦ ଭାବେ ଉଭା ହୋଇଛି ଓ ଏଥିରୁ ବର୍ତ୍ତିବା ଏତେଟା ସହଜ ନୁହେଁ । ଗୋଟିଏ ଗାଲାକ୍ସି ଅନ୍ୟ ଏକ ଗାଲାକ୍ସି ସହ ଧକ୍କା ଯୋଗୁଁ ଏପରି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

ତେବେ ଧକ୍କା କାରଣରୁ ବ୍ଲାକହୋଲ୍ ତା’ର ଦିଗ ବଦଳାଇଛି କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଅନୁସନ୍ଧାନର ବିଷୟ । ଆଇନ୍‌ଷ୍ଟାଇନ୍‌ଙ୍କ ଜେନେରାଲ ରିଲେଟିଭିଟି ଥିଓରି ଅନୁସାରେ ବ୍ଲାକ୍‌ହୋଲ ମଧ୍ୟକୁ ସୂର୍ଯ୍ୟକିରଣ ବି ଭେଦ କରିପାରିବ ନାହିଁ । ଏଥିପାଇଁ ବ୍ଲାକହୋଲ୍ସ ପ୍ରକୃତିର ସବୁଠାରୁ ହିଂସାତ୍ମକ ପ୍ରକ୍ରିୟା କୁହାଯାଇଥାଏ । ଏହା ଗ୍ୟାସ୍‌, ଧୂଳିକଣା, ତାରା, ଗ୍ରହ, କିରଣ ସବୁକିଛିକୁ ଅଚିରେ ନିଜ ମଧ୍ୟରେ ଭସ୍ମ କରିଦିଏ । ବ୍ଲାକହୋଲ୍ସର ଆରମ୍ଭ କିଭଳି ହୋଇଛି ତାହା ଏ ପର୍ଯ୍ୟନ୍ତ ଖୁଲାସା
ହୋଇପାରିନାହିଁ ।