EntertainmentLatestSports

ଉର୍ବଶୀ ରାଉତେଲାଙ୍କୁ ବାହା ହେବାକୁ ଚାହୁଛନ୍ତି ପାକିସ୍ଥାନୀ ପେସର୍ ନସିମ

ମୁମ୍ବାଇ : (ସଂକେତ୍ ଟିଭି) ଦିନେ ଚିହ୍ନି ନଥିବା କହିଥିଲେ, ହେଲେ ଏବେ ଦେଲେ ବିବାହ ପ୍ରସ୍ତାବ । କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଓ ପାକିସ୍ତାନ କ୍ରିକେଟର ନସୀମ ଶାହଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ନସୀମ ପଡ଼ିଆରେ ରହି ଉର୍ବଶୀଙ୍କୁ ଇଶାରା କରୁଥିବା ଦେଖାଯାଇଥିଲା । ଏହି ଭିଡିଓ ଭାଇରାଲ ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ହେବାରୁ ଭିଡିଓଟି ଏଡିଟ କରାଯାଇଥିବା ଜଣାପଡ଼ିଥିଲା । ଭିଡିଓ ଭାଇରାଲ ପରେ ଉର୍ବଶୀ କିଏ ମୁଁ ଜାଣିନାହିଁ ବୋଲି କହିଥିଲେ ନସୀମ । ଏବେ ନସୀମଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଉର୍ବଶୀଙ୍କୁ ବିବାହ ପ୍ରସ୍ତାବ ଦେଉଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ନସୀମଙ୍କୁ ପଚରାଯାଇଥିଲା ଯେ, ସେ ଅଭିନେତ୍ରୀ ଉର୍ବଶୀଙ୍କ ପାଇଁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ନସୀମ କହୁଛନ୍ତି ଯଦି କନ୍ୟା ରାଜି ତେବେ ମୁଁ ତାଙ୍କୁ ବିବାହ କରିବି । ଏହି ଭିଡିଓ ଭାଇରାଲ ହେବା ପରେ ଜାଣିନଥିବା ଉର୍ବଶୀଙ୍କୁ ନସୀମ କିଭଳି ବିବାହ ପ୍ରସ୍ତାବ ଦେଲେ ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ହେଲେ ପ୍ରକୃତ କଥା ହେଲା ନସୀମଙ୍କ ଜଣେ ପ୍ରଶଂସକ ତାଙ୍କ ଭିଡିଓକୁ ଏଡିଟ କରି ସେୟାର କରିଛନ୍ତି । ଏଡିଟ କରାଯାଇଥିବା ଭିଡିଓରେ ସେ ଏଭଳି କହୁଥିବାର ନଜର ଆସିଥିବା ବେଳେ ପ୍ରକୃତରେ ତାଙ୍କୁ କିଛି ଅଲଗା ପ୍ରଶ୍ନ କରାଯାଇଥିବା ସହ ସେ ଅଲଗା ଉତ୍ତର ଦେଇଥିବା ଜଣାପଡ଼ିଛି ।