LatestSports

ରୋହିତ ଶର୍ମା ବ୍ରେକ୍ ନେବା ଦରକାର : ଗାଭାସ୍କର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କୁ ଲାଗୁଛି ଯେ, ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଏକ ବ୍ରେକ୍‌ ନେବା ଦରକାର । ଇଣ୍ଡିଆନ ପ୍ରିମିୟର ଲିଗ ‌(ଆଇପିଏଲ)ର ଇତିହାସ ସବୁଠାରୁ ସଫଳ ଫ୍ରାଞ୍ଚାଇଜ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ଖୁବ୍ ସଂଘର୍ଷ କରୁଥିବାର ନଜର ଆସୁଛି । କେବଳ ସେତିକି ନୁହେଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ୨୦୨୨ ବହୁତ ଖରାପ ଯାଇଥିଲା । ରୋହିତ ଶର୍ମାଙ୍କ କ୍ୟାପଟେନସିପ୍‌ରେ ୫ଟି ଟାଇଟଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଏହି ସିଜିନରେ ୩୫ ମ୍ୟାଚ୍ ପରେ ସପ୍ତମ ସ୍ଥାନରେ ଅଛି ।

ଷ୍ଟାର ସ୍ପୋର୍ଟସ ସହ ଆଲୋଚନା କରି ଗାଭାସ୍କର କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଅର୍ଡରରେ କିଛି ପରିବର୍ତ୍ତନ ଦେଖିବାକୁ ଚାହିଁବି । ଠିକ୍‌ ଭାବରେ କହିବାକୁ ଗଲେ କିଛି ସମୟ ପାଇଁ ରୋହିତ ଶର୍ମା ମଧ୍ୟ ଏକ ବ୍ରେକ୍‌ ନେଇଛନ୍ତି ଓ ନିଜକୁ ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଫିଟ୍‌ ରଖିଛନ୍ତି । ଏହାପରେ ସେ ଶେଷ କିଛି ମ୍ୟାଚ୍‌କୁ ଫେରିପାରନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କୁ ଏକ ଛୋଟ ବ୍ରେକ ନେବା ଦରକାର ସେ ବର୍ତ୍ତମାନ ଖୁବ ଅଧିକ ଅସ୍ଥିର ଲାଗୁଛନ୍ତି । ହୋଇପାରେ ସେ ବର୍ତ୍ତମାନ ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ବିଷୟରେ ଭାବୁଛନ୍ତି, ମୋତେ ଜଣାନାହିଁ ।

ଗାଭାସ୍କର ଆହୁରି କହିଛନ୍ତି, ମୋତେ ପୁରା ଭରସା ରହିଛି । ତାଙ୍କୁ ବର୍ତ୍ତମାନ ବ୍ରେକ୍ ନେବା ଦରକାର । ଏହାପରେ ସେ ଶେଷ ତିନି ଚାରୋଟି ମ୍ୟାଚ୍ ପାଇଁ ଟିମ୍ ଫେରିପାରିବେ । ଯାହାଫଳରେ ସେ ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ସମ୍ପୂର୍ଣ୍ଣ ନିଜର ଲୟ ରଖିପାରିବେ । ଏବେ କୌଣସି ଚମତ୍କାର ହିଁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ଲେ ଅଫ୍‌ରେ ପହଞ୍ଚାଇ ପାରିବ । ଯେଉଁ ସ୍ଥିତିରେ ସେ ଅଛନ୍ତି, ତାଙ୍କୁ ବ୍ୟାଟ୍ ଓ ବଲ୍‌ରେ ଜୋରଦାର ପ୍ରଦର୍ଶନ କରିବାକୁ ହେବ, ଯାହାଫଳରେ ସେ ଅତି କମ୍‌ରେ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅପ୍‌ରେ ପହଞ୍ଚିପାରିବେ ।