CrimeFeaturedLatest

ମୟୂରଭଞ୍ଜରେ ଗୁଳିକାଣ୍ଡ, ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର

ବାରିପଦା (ସଂକେତ୍ ଟିଭି) ମୟୂରଭଞ୍ଜ ଜିଲ୍ଲା ବହଳଦାରେ ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣକ ଘରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ଦୁର୍ବୃତ୍ତଙ୍କ ଗତିବିଧି ଦେଖିବା ପରେ ପରିବାର ଲୋକ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୌରବ ଦାସ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ସ୍ବାଇଁ ଆହତ ହୋଇଥିଲେ।

ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ ରାଜପଥରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଲୁଟ୍ କରିବାକୁ ଆସି କିଛି ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଗୌରବଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ବହଳଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜଣେ ଲୁଟେରାକୁ କାବୁ କରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ସେହିପରି ଅନ୍ୟ ଲୁଟେରା ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେହି ଲୁଟେରାକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ବହଳଦା ବାଇପାସ୍ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।