Latest

ଟେନିସ ବିଶ୍ବ ରେଙ୍କିଂରେ ୧୫୦ ତମ ସ୍ଥାନରେ ଥିବା ଏମା ରାଡୁକାନୁ ଜିତିଲେ ୟୁଏସ୍ ଓପନ୍ ଟାଇଟଲ୍

ନୂଆଦିଲ୍ଲୀ, ୧୩/୦୯: (ସଂକେତ ଟିଭି) ବ୍ରିଟେନର ଏମା ରାଡୁକାନୁ ମହିଳା ସିଙ୍ଗଲ୍ସ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି । ସେ କାନାଡାର ଲେଲା ଫର୍ଣ୍ଣାଣ୍ଡିଜଙ୍କୁ ୬-୪,୬-୩ ରେ ପରାସ୍ତ କରି ଏହି ଟାଇଟଲ୍ ଜିତିଛନ୍ତି । ଆଶ୍ଚର୍ଯ୍ଯର କଥା ହେଉଛି ଯେ ୧୮ ବର୍ଷ ବୟସ୍କା ଏମା ରାଡୁକାନୁ ଟେନିସ ବିଶ୍ବ ରେଙ୍କିରେ ୧୫୦ ତମ ସ୍ଥାନରେ ଅଛନ୍ତି । ଆଉ ଫର୍ଣ୍ଣାଣ୍ଡିଜ୍ ୭୩ ତମ ସ୍ଥାନରେ ଅଛନ୍ତି ।

ଉଭୟ ଫାଇନାଲ୍ ଖେଳିଥିବା କିଶୋରୀ ବାଳିକାମାନେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳୁଥିଲେ । ବର୍ଷ ଶେଷରେ ଗ୍ରାଣ୍ଡସ୍ଲାମ ଏକ ନୂତନ ବିଜେତା ପାଇଛି । ସେପଟେ ୧୯୭୭ ରେ ୱିମ୍ବଲଡନରେ ଭର୍ଜିନିଆ ୱେଡ ପରଠାରୁ ରାଡୁକାନୁ ହେଉଛନ୍ତି ପ୍ରଥମ ବ୍ରିଟିଶ ମହିଳା । ୨୦୦୪ ମସିହାରେ ୱିମ୍ବଲଡନରେ ମାରିଆ ଶାରାପୋଭାଙ୍କୁ ୧୭ ବର୍ଷ ବୟସ ହେବା ପରେ ସେ ମହିଳା ଟାଇଟଲ୍ ଦାବି କରିବାରେ ସର୍ବକନିଷ୍ଠ ଖେଳାଳି ଥିଲେ ।