CulturalFeaturedLatest

ବିଶ୍ୱର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ୱର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି । ଏଭଳି ବିଲଡିଂ ଯାହା ପବନ ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆଁ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ ।

ରିପୋର୍ଟ ଅନୁସାରେ ସ୍କାଇସ୍କ୍ରାପର ଟାୱାର ଦୁନିଆର ସବୁଠୁ ମଜଭୁତ କଂକ୍ରିଟରେ ତିଆରି ହୋଇଛି । କିଛି ବର୍ଷ ପୂର୍ବରୁ ଏହାର ଇଞ୍ଜିନିୟର ରବନ ୱିଲିୟମସଙ୍କ କହିବା ଅନୁଯାୟୀ ୧୦୦୦ ଫୁଟ ଉଚ୍ଚର ଏହି ଟାୱାର ଘଣ୍ଟା ପ୍ରତି ୧୦୦ ମିଲି ବେଗରେ ବହୁଥିବା ପବନରେ ଦୋହଲିଥାଏ । କିନ୍ତୁ ବଡ଼ କଥା ହେଉଛି ଏହି ବିଲଡିଂ ମଧ୍ୟରେ ଥିବା ଲୋକ ମାନେ ଏହାକୁ ନେଇ କିଛି ଅନୁଭବ କରିପାରନ୍ତି ନାହିଁ । ଏହି ବିଲଡିଂରେ ମୋଟ ୬୦ଟି ଆପାର୍ଟମେଣ୍ଟ ରହିଛି । ଏହି ଟାୱାରରେ ଥିବା ଗୋଟିଏ ଆପାର୍ଟମେଣ୍ଟର ଦାମ ପାଖାପାଖି ୭.୭୫ ମିଲିୟନ ଡଲାରରୁ ୬୬ ମିଲିୟନ ଡଲାର ଅର୍ଥାତ୍ ୫୮ କୋଟି ଟଙ୍କାରୁ ୩୩୦ କୋଟି ଟଙ୍କା ମଧ୍ୟରେ ରହିଛି । ୧୫ ହଜାର କୋଟି ଖର୍ଚ୍ଚ କରାଯାଇ ଏହି ସ୍ଥାନକୁ ରେସିଡେନସିଆଲ ଟାୱାର ବନାଗଲା ।

ଡିଜିଏସ୍ ଡେଭଲପମେଣ୍ଟ, ପ୍ରପର୍ଟି ମାର୍କେଟସ୍‌ ଗ୍ରୁପ୍ ଓ ସ୍ପ୍ରୁସ କ୍ୟାପିଟାଲ ପାର୍ଟନର୍ସ ମିଶି ତିଆରି କରିଥିଲେ ଏହି ଟାୱାର । ଏହି ଉଚ୍ଚତମ ପତଳା ଟାୱାରକୁ ତିଆରି କରିବା ପାଇଁ ପାଖାପାଖି ୯ ବର୍ଷ ସମୟ ଲାଗିଥିଲା । ଷ୍ଟେନେୱ ଟାୱାରର ଡେଭଲପର୍ସଙ୍କ କହିବା ଅନୁଯାୟୀ ଏହି ଟାୱାର ସହରରେ ଥିବା ସମସ୍ତ ଟାୱାର ଠାରୁ ଏକଦମ୍ ଭିନ୍ନ ରହିଛି । ଏହି ହାଇରାଇଜ ଇମାରତ ଦେଶର ଶିଳ୍ପକଳା, ଇତିହାସ ଓ ବିଜ୍ଞାନ ର ଏକ ଜ୍ୱଳନ୍ତ ଉଦାହାରଣ କହିଲେ କିଛି ଭୁଲ ହେବ ନାହିଁ । ଏବେ କିନ୍ତୁ ଏହି ଟାୱାର ନିଜର ଡିଜାଇନ ତଥା ସୌନ୍ଦର୍ଯ୍ୟକୁ ନେଇ ନୁହେଁ ବରଂ ପଡ଼ୁଥିବା ବରଫ କାରଣରୁ ଚର୍ଚ୍ଚାରେ ରହିଛି ।