FeaturedGeneralLatest

‘ଅଗ୍ନିବୀର’ ନିଯୁକ୍ତି ପାଇଁ ଅନ୍‌‌ଲାଇନ୍‌‌ ଆବେଦନ ଆରମ୍ଭ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫେବ୍ରୁଆରୀ ୮ ଅର୍ଥାତ ଆଜିଠାରୁ ଏହାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ joinindianarmy.nic.in ଯାଇ ରେଜିଷ୍ଟ୍ରେସନ କରିବା ସହ ଆବେଦନ କରିପାରିବେ। ଏହାପରେ ଆସନ୍ତା ଏପ୍ରିଲ ମାସରେ ଲିଖିତ ପରୀକ୍ଷା କରାଯିବ। ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକାଯିବ।

ଅଗ୍ନିବୀରରେ ଆବେଦନ କରିବାକୁ ହେଲେ ଆପଣଙ୍କ ବୟସ ୧୭ ବର୍ଷରୁ ସର୍ବାଧିକ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ୮ମ, ୧୦ମ ପାସ୍ କରିଥିବା ଆବଶ୍ୟକ । ଅଗ୍ନିବୀର ଟ୍ରେଡ୍ସମ୍ୟାନରେ ଭର୍ତ୍ତି ପାଇଁ ଅଷ୍ଟମ ପାସ୍ ଆବଶ୍ୟକ ରହିଥିବା ବେଳେ ଅଗ୍ନିବୀର ଜେନେରାଲରେ ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ରହିଛି।