LatestNews

ରାଜ୍ୟ କ୍ୟାବିନେଟରେ ୮ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର (ସଂକେତ ଟିଭି)  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୩ଟି ବିଭାଗର ୮ ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମହିଳା ଓ ଶିଶୁ ବିକାଶର ୫୦୪ ଜଣ ଠିକା ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ରେଗୁଲାର ପାଇଁ ନିଷ୍ପତି ହୋଇଛି। ସ୍ୱାସ୍ଥ୍ୟବିଭାଗର ୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ୬ ପାରାମେଡିକ କ୍ୟାଡର ରୁଲ୍‌ରେ ସଂଶୋଧନ ନେଇ ବି ନିଷ୍ପତ୍ତି ହୋଇଛି। ନର୍ସଂ ଅଫିସର, ଲାବ ଟେକ୍ନିସିଆନଙ୍କ ପଦୋନ୍ନତି କରାଯାଇଛି । ଜଳ ସମ୍ପଦ ବିଭାଗ ତରଫରୁ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ହେବ। ପାଣିପାଗ ଏବଂ ଜଳ ସମ୍ବଧୀୟ ସୂଚନା ପାଇଁ ଗୋଟିଏ ଜାଗାରେ ସୁବିଧା ମିଳିବ।