EducationLatestNews

ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଓଟିଇ‌ଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏଣିକି ସେମାନେ ମାସିକ ଦରମା ୭ ହଜାରରୁ ୧୦ ହଜାର ବଦଳରେ ୧୦ ହଚାର ଟଙ୍କା ପାଇବେ। ଏଣେ ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକ ନିୟମିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧ ହଜାର ୪୭୨ ଗଣଶିକ୍ଷକ ଉପକୃତ ହେବେ ବୋଲି ଜଣାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ୍ କରିଥିବା ଗଣଶିକ୍ଷକମାନଙ୍କୁ Med ଶିକ୍ଷକ ବା ଏକ୍ସ କ୍ୟାଡର ଭାବରେ ନିୟମିତ କରାଯିବ । ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ । ସେହିପରି OTET ପାସ୍ କରିନଥିବା ଗଣଶିକ୍ଷକମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ । ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଉପକୃତ ହେବେ ।

ଓଡ଼ିଶାରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ସବୁବର୍ଗର କର୍ମଚାରୀଙ୍କୁ ଖୁସି କରିବା ପାଇଁ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କୁ ଶାନ୍ତ କରିବା ପାଇଁ ବଡ଼ ବଡ଼ ଘୋଷଣା କରୁଛନ୍ତି ନବୀନ ସରକାର । ଗତକାଲି ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୭,୫୦୦ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ । ସେହିପରି ମିନି ଅଙ୍ଗନବାଡି କର୍ମୀଙ୍କ ପାରଶ୍ରମିକ ୫୩୭୫ ଟଙ୍କା ଓ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ।