EducationFeaturedLatestNews

୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଯେଉଁଥିରେ ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ କର୍ମଚାରୀ ରହିଛନ୍ତି ।

ନିଜ ନିଜ ଚାକିରି କ୍ଷେତ୍ରରେ ୫ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନୂଆ ଅଧ୍ଯାପକ ଓ ଅଫିସରଙ୍କ ପ୍ରତିଭା, ପ୍ରତିଶ୍ରୁତି ଓ କଠିନ ପରିଶ୍ରମ ନିଜ ଚାକିରି କ୍ଷେତ୍ରରେ ଅଧିକ ଫଳବତୀ ହୋଇପାରିବ। ୫ଟି ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ବଚ୍ଛତାର ସହ କରାଯାଉଛି। ପ୍ରତ୍ଯେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚିପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ଯର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ଯମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।