FeaturedLatestSports

ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ (ସଂକେତ୍ ଟିଭି) ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପାଇଁ ବିସିସିଆଇ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାର ଦିଆଯାଇଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଏସିଆ କପ୍‌ରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ବିଶ୍ବକପରେ ରହିଛନ୍ତି ।ରାହୁଲ ଫିଟନେସରେ ପରୀକ୍ଷା ପାସ କରିଥିବାରୁ ତାଙ୍କୁ ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଏସିଆ କପରେ ଷ୍ଟାଣ୍ଡ ବାଏରେ ଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ଦମଦାର ପାଳି ଖେଳିଥିବା ୱିକେଟ ରକ୍ଷକ ବ୍ୟାଟର ଈଶାନ କିଶନ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ, ଶିଖର ଧାୱନ ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ସ୍ଥାନ ମିଳିନାହିଁ ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ଈଶାନ କିଶାନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ କୂଲଦୀପ ଯାଦବ।