LatestNews

ସାମାନ୍ୟ ବଲଟିଏ ପାଇଁ ୨ ଭାଇଙ୍କ ମଧ୍ୟରେ ଝଗଡା, ଆତ୍ମହତ୍ୟା କରିଦେଲେ ଛାତ୍ର

ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗାଁର ଜଣେ ଯୁକ୍ତ ୨ ଛାତ୍ରଙ୍କର ଆତ୍ମହତ୍ୟା । ଛାତ୍ର ଜଣକ ହେଉଛନ୍ତି ଗୌତମ ଲେଙ୍କା ।

ସୂଚନା ଅନୁସାରେ, ଆଜି ସକାଳେ ଗୌତମ ଓ ତାଙ୍କର ସାନ ଭାଇଙ୍କ ମଧ୍ୟରେ ଏକ ବଲକୁ ନେଇ ଝଗଡା ହୋଇଥିଲା । ପରେ ତାଙ୍କର ବାପା ଉଭୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗୌତମ କିନ୍ତୁ ବୁଝିନଥିଲେ । ପଞ୍ଚମ ଶ୍ରେଣୀରେ ପଢୁଥିବା ସାନ ଭାଇ ବାପାଙ୍କ କଥା ବୁଝି ସ୍କୁଲକୁ ପଳାଇଯାଇଥିଲା । ଗୌତମ ନବୁଝି କେଉଁଆଡେ ପଳାଇଥିଲେ, ପରିବାର ଲୋକେ ଖୋଜାଖୋଜି କରିବା ପରେ ଘର ପଛ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଗୌତମଙ୍କ ବାପା ଘର ପଛ ପଟକୁ ଯିବା ପରେ ଦେଖି ସମସ୍ତଙ୍କୁ ଡାକିଥିଲେ । ଆଉ ଗଛରୁ ଉଲ୍ହାଇ ସୋର ମେଡିକାଲକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ସୋର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତାଙ୍କ ମାମୁଁଙ୍କ କହିବା କଥା ଉଭୟଙ୍କ ଝଗଡା ପାଇଁ ତାଙ୍କ ଭଣଜା ଆତ୍ମହତ୍ୟା କରିଛି ।