LatestNews

ଜୋର ଧରିଲା ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ଦାବି

ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ପ୍ରଦାନ ପାଇଁ ଭଏସ୍ ଅଫ୍ ବାଲେଶ୍ୱର ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା କରାଯିବା ସହିତ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ସଂଗଠନର ସଭାପତି ଅରିଜିତ ଘୋଷାଲଙ୍କ ଆହ୍ୱାନ କ୍ରମେ ସଂଗଠନର ନବ ନିଯୁକ୍ତ ଯୁବ ଶାଖା ନଗର ସଭାପତି ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ପୋଲିସ ଲାଇନ ଛକ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା ଓ ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱରକୁ ଅବିଳମ୍ବେ ମହାନଗର ନିଗମ ଘୋଷଣା କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ରାଜ୍ୟ ସରକାର ନିକଟରେ ରାଜ୍ୟ ସରକାର 34 ଟି ନୂତନ NAC ଓ 5 ଗୋଟି ନୂତନ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟିର ସୀମା 50 ବର୍ଷ ଧରି ଅପରିବର୍ତ୍ତିତ ରହିଛି । ମାତ୍ର ସହରର ସୀମା ବହୁ ଅଂଚଳକୁ ଏଇ ବର୍ଷମାନଙ୍କ ମଧ୍ୟରେ ବ୍ୟାପି ଯାଇଛି । ସହର ତଥା ସହର ଲଗ୍ନ ଅଞ୍ଚଳ ଗୁଡିକରେ ପ୍ରବଳ ଜନସଂଖ୍ୟା ବୃଦ୍ଧି ସତ୍ୱେ ବାଲେଶ୍ୱର ସହର ବାଲେଶ୍ୱର ମହାନଗର ନିଗମ ଭାବେ ପରିଗଣିତ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି ‘ଭଏସ୍ ଅଫ୍ ବାଲେଶ୍ୱର’ ଦୀର୍ଘଦିନ ଧରି ମହାନଗର ନିଗମ ଘୋଷଣା ପାଇଁ ଦାବି କରାଯାଉଥିଲେ ମଧ୍ଯ ଏହା ପୂରଣ ହୋଇନାହିଁ । ଏଥିପାଇଁ ସଂଗଠନ ପକ୍ଷରୁ ଆଜି ପୁଣି ଥରେ ଦାବି ପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ସାହୁ,ସୁଶୀଲ ଜେନା, ଅଜୟ ବେହେରା,ଅଭିଜିତ ବିଶ୍ୱାଳ, ମହେଶ ସେଠୀ, ରିମା ଯୋସେଫ, ଜଗନ୍ନାଥ ବେହେରା, ବିଶ୍ୱଜିତ ଦାସ, ଦୁଷ୍ମନ୍ତ ପଣ୍ଡା, ସୁଶାନ୍ତ ବେଜ, ମୁନା ମୁଦୁଲି, ଶିବ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଯୁବ ନେତା ଶୁଭମ ସାଇ ମହାପାତ୍ର ସଂଗଠନର ଯୁବ ଶାଖାର ନଗର ସଭାପତି ରୂପେ ନିଯୁକ୍ତ କରାଯାଇଛି ।