FeaturedLatestNewsPolitics

ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡି ରହିଛି ବିଜୁ ଜନତା ଦଳ : ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ବାଲେଶ୍ବର (ସଂକେତ ଟିଭି) : ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଧରି ବିଜୁ ଜନତା ଦଳ ଭ୍ରଷ୍ଟାଚାର ଓ ଦୁର୍ନୀତି କରି ଆସୁଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ବାଲେଶ୍ଵର ସାଂସଦ ତଥା ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ବାଲେଶ୍ବରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତାପ କହିଛନ୍ତି ଯେ ଚାଷୀଙ୍କ ଯନ୍ତ୍ରପାତି ଦୁର୍ନୀତି ହେଉ କି ମହିଳାଙ୍କ ସୁରକ୍ଷା କଥା ହେଉ ସବୁ କ୍ଷେତ୍ରରେ ଅବହେଳା କରିଛି। ବିଜୁ ଜନତା ଦଳର ଅପାରଗତା କାରଣରୁ ଚାଷୀଙ୍କ ଜମିରେ ଜଳସେଚନ ସୁବିଧା ନାହିଁ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୩୮ ଲକ୍ଷ ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ ବିଜୁ ଜନତା ଦଳ ବିଜୁ ପକ୍କା ଘର ନାଆଁରେ ଦୁର୍ନୀତି କରିଛନ୍ତି। ସେହିଭଳି ଅଟଳ ବିହାରୀ ବାଜପେୟୀଙ୍କ ସମୟେ ମିଶନ ଶକ୍ତି ଆରମ୍ଭ କରାଯାଇଥିଲା। କିନ୍ତୁ ବିଜେଡି ମିଶନ ଶକ୍ତିକୁ ନେଇ ରାଜନୀତି କରୁଛି। ଓଡ଼ିଶାରେ ଶିଳ୍ପ, କୃଷି ସବୁ ଥିବା ବେଳେ କାହିଁକି ଓଡ଼ିଶାର ଲୋକ ଗରିବ ଅଛନ୍ତି। କିନ୍ତୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଛନ୍ତି ତାହା କରିଛନ୍ତି। ଆଉ ମୋଦି ଯାହା କୁହନ୍ତି ତାହାହିଁ ଗ୍ୟାରେଣ୍ଟି।

ସେହିପରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ନବୀନ ବାବୁ ପୁରା କରୁଛନ୍ତି। ତେବେ କଣ ସ୍ବପ୍ନ ପୂରଣ କରିଛନ୍ତି। ଓଡ଼ିଶାରେ ଥିବା ଖଣିଜ ପଦାର୍ଥ ବାହାର ରାଜ୍ୟକୁ ଚୋରା ଚାଲାଣ କରିଛନ୍ତି। ରାଜ୍ୟରେ ପାଖାପାଖି ୩୫ ପ୍ରତିଶତ ଜମିରେ ଜଳସେଚନ ହୋଇନାହିଁ। ସବୁ ଯୋଜନାକୁ ହଡପ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଆଳୁ ମିଶନ, ଡାଲି ମିଶନ , ଝୋଟ ମିଶନ ସବୁ ଫେଲ। ଓଡ଼ିଶାର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରିଛି ବିଜେଡି। ବିଜେପି ସରକାରକୁ ଆସିଲେ ପ୍ରଥମେ ଦୁର୍ନୀତିକୁ ବନ୍ଦ କରାଯିବ। ସେହିପରି ଦାଦନ ଶ୍ରମିକ ଚାଲାଣ କୁ ବନ୍ଦ୍ କରାଯିବା ସହ ଓଡ଼ିଶାରେ ଆୟୁଷ୍ମାନ କାର୍ଡ ଲାଗୁ ହେବ। ସେହିପରି ସୁଭଦ୍ରା ଯୋଜନା କରି ମହିଳାଙ୍କୁ ସଶକ୍ତି କରାଯିବ। ବନ୍ଦର , ନଦୀ ଗୁଡ଼ିକର ବିକାଶ କରାଯିବା ସହ ଯୁବ ବର୍ଗଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ରାଜ୍ୟ ସରକାରଙ୍କ ଅସହଯୋଗ ସତ୍ତ୍ୱେ ଓଡ଼ିଶାରେ ରେଳ କ୍ଷେତ୍ରରେ ବିକାଶ କରାଯାଇଛି। ୨୫ ବର୍ଷ ଶାସନ କାଳରେ ବାଲେଶ୍ଵର ଜିଲ୍ଲାରେ ଅନେକ ଶିଳ୍ପାନୁଷ୍ଠାନରେ ତାଲା ଝୁଲୁଥିବା ବେଳେ ବିଜେପି ସରକାର ଆସିଲେ ଶିଳ୍ପ କ୍ଷେତ୍ରର ଉନ୍ନତିକରଣ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ଵାରା ଓଡ଼ିଶାରେ କଳା ଓ ସଂସ୍କୃତିର ବିକାଶ ହୋଇଥିବା ବେଳେ ପିମ୍ କିସାନ ଯୋଜନାରେ ଚାଷୀ ମାନେ କିସ୍ତି ପାଉଛନ୍ତି। ସବୁ କ୍ଷେତ୍ରରେ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି। ଆଉ ବିଶ୍ୱରେ ସବୁଠାରୁ ପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି। ଓଡ଼ିଶାବାସୀ ଏଥର ପରିବର୍ତ୍ତନ କରିବେ।

ବିଜେଡ଼ି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏମପି ଲାଡ୍ ଫେରିଯିବା ଅଭିଯୋଗ ପ୍ରସଂଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଷଡ଼ଙ୍ଗୀ କହିଥିଲେ ଯେ ଅଭିଯୋଗ ସମ୍ପୁର୍ଣ୍ଣ ଭାବେ ଭିତ୍ତିହୀନ। ପ୍ରଥମତଃ ଏମପି ଲାଡ୍ ଫେରିଯାଏ ନାହିଁ, ସାଂସଦ ଭାବେ ଲଢ଼ୁଥିବା ବ୍ଯକ୍ତିଙ୍କର ଏତିକି ସାଧାରଣ ଜ୍ଞାନ ଥିବା ଆବଶ୍ୟକ। ସେ ତାଙ୍କର ସମସ୍ତ ପାଣ୍ଠିର ବିନିଯୋଗ କରିବା ସହିତ ପୁର୍ବରୁ ଦୁଇ ସାଂସଦଙ୍କ ବଳକା ଏମପି ଲାଡ୍ ମଧ୍ୟ ବିନିଯୋଗ କରିଥିବାର ସରକାରୀ ପ୍ରମାଣପତ୍ର ଦେଖାଇଥିଲେ। ସେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆହ୍ବାନ କରି କହିଥିଲେ ଯେ ଯଦି ଶ୍ରୀମତୀ ସାମନ୍ତସିଂହାର କରିଥିବା ଅଭିଯୋଗ ପ୍ରମାଣ କରିଦେବେ ତେବେ ମୁଁ ନିର୍ବାଚନରେ ନାମାଙ୍କନ କରିବି ନାହିଁ, ଯଦି ନକରି ପାରନ୍ତି ତେବେ ଶ୍ରୀମତୀ ସାମନ୍ତସିଂହାର କ’ଣ ପଦକ୍ଷେପ ନେବେ ? ପ୍ରତିଦ୍ବନ୍ଦିତା କରିବା ପାଇଁ ଶିଷ୍ଟାଚାର ଲଙ୍ଘନ କରିବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଲୋକସଭା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚ ଆହ୍ବାନ କରିଥିଲେ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରାରମ୍ଭିକ ବ୍ଯକ୍ତବ୍ଯ ରଖିଥିବା ବେଳେ ପ୍ରବକ୍ତା ବିଭୁପଦ ଦାସ୍ ଓ ବିପିନ ଦାସ ମଞ୍ଚାସିନ ଥିଲେ ।