FeaturedLatestNewsPolitics

ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ (ସଂକେତ ଟିଭି) : ଓଡିଶା ହାଇକୋର୍ଟ ବାରବାଟୀ-କଟକ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଛନ୍ତି। ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷାଣା କରାଯାଇଛି। କଟକ-ବାରବାଟୀ ଏବେ ବିଧାୟକ ଶୂନ୍ୟ ବୋଲି ହାଇକୋର୍ଟ ଘୋଷଣା କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ। ଯାହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ହାଇକୋର୍ଟ ମହମ୍ମଦ ମୋକିମ ସତ୍ୟପାଠରେ ନିୟମ ମୁତାବକ ତଥ୍ୟ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା ପ୍ରମାଣ ପାଇବା ପରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।