FeaturedLatestNews

ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ବର (ସଂକେତ ଟିଭି) : ରାଜ୍ୟ ସରକାର ୧୯୯୨ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ଦାସଙ୍କୁ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଲଳିତ ଦାସ ଏବେ ରାଜ୍ୟ ପୁଲିସର ସ୍ୱତନ୍ତ୍ର ଶାଖା ‘ମାନବାଧିକାର ସୁରକ୍ଷା ସେଲ୍‌’ ଦାୟିତ୍ୱରେ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ସପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।