FeaturedGeneralLatestPolitics

ନାୟବ ସିଂହ ସୈନି ହେଲେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି) : ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂହ ସୈନି। ସେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏନେଇ ଆଜି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହେବା ସହ ନାୟବ ସିଂହଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ୫୪ ବର୍ଷିୟ ନାୟବ ସିଂହ ସୈନି । ଅମ୍ବାଲା ଜିଲ୍ଲାର ନାରାୟଣଗଡରେ ଥିବା ମିର୍ଜାପୁର ଗାଁର ବାସିନ୍ଦା ନାୟବ ମିରଟରେ ଚୌଧରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ସେ ଓକିଲାତି ପାଠ ପଢ଼ିଛନ୍ତି। ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ପାଇଁ ଅମ୍ବାଲା ଜିଲ୍ଲାର ନାରାୟଣଗଡ ବିଧାନସଭାରୁ ବିଧାୟକ ହୋଇଥିଲେ। ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ଲକ୍ଷ ୮୪ହଜାର ୫୯୧ ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ। ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍‌ପି ମଧ୍ୟ ଅଟନ୍ତି। ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି।

ସୂଚନାଯୋଗ୍ୟ ଆଜି ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଛି। ଯାହା ଶୁଣିବାକୁ ମିଳୁଛି କି କ୍ୟାବିନେଟ ଭଙ୍ଗ କରିବା ପରେ ହରିଆନାରେ ବିଜେପି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବ। ଜେଜେପି ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।