FeaturedGeneralLatest

ବିଶ୍ବର ସବୁଠାରୁ ଲମ୍ବା ସୁଡ଼ଙ୍ଗ ‘ସେଲା ଟନେଲର ଉଦଘାଟନ କଲେ ମୋଦୀ

ତାଓ୍ବାଂ (ସଂକେତ ଟିଭି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିଶ୍ୱର ସବୁଠାରୁ ଲମ୍ବା ଟନେଲ ‘ସେଲା ଟନେଲ’ର ଉଦଘାଟନ କରିଛନ୍ତି। ଏଠାରେ ‘ବିକଶିତ ଭାରତ, ବିକଶିତ ଉତ୍ତର-ପୂର୍ବ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ବିକାଶ କାର୍ଯ୍ୟ ୪ ଗୁଣ ଦ୍ରୁତ ଗତିରେ ଚାଲିଛି।

ସମୁଦ୍ର ପତନରୁ ୧୩୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଏହାକୁ ତିଆରି କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଏହି ସୁଡ଼ଙ୍ଗ ଉପରେ ତୁଷାରପାତର କୌଣସି ପ୍ରଭାବ ପଡ଼ିବ ନାହିଁ।

ଚୀନ୍ ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶରେ ଏହି ସୁଡ଼ଙ୍ଗ ଖୁବ୍ ଶୀଘ୍ର ତୱାଙ୍ଗ ସେକ୍ଟରର ଆଗୁଆ ଅଞ୍ଚଳରେ ପହଞ୍ଚିବାରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। ଏହି ଟନେଲ ଏଲଏସିରେ ଭାରତୀୟ ସେନାର କ୍ଷମତା ବୃଦ୍ଧି କରିବ । ଏହା ଦ୍ୱାରା ଭାରତୀୟ ସେନା ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହେବ ।