LatestNewsPolitics

ହେବନି ମେଣ୍ଟ, ଓଡ଼ିଶାରେ ବିଜେପି ଏକାକୀ ଲଢି ସରକାର ଗଢିବ : ମନମୋହନ ସାମଲ

ଭୁବନେଶ୍ୱର (ସଂକେତ ଟିଭି) : ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ । ଆଉ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ଗୁରୁବାର ଦିନ ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ପୁଣି ଏକ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଲୋକମାନଙ୍କ ଆଶୀର୍ବାଦ, ସ୍ନେହ, ଶୁଭେଚ୍ଛା ନେଇ ବିଜେପି ଓଡିଶାରେ ସରକାର ଗଢ଼ିବ।

ମନମୋହନ କହିଛନ୍ତି ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ । ଜନସାଧାରଣ ଏହାର ନେତୃତ୍ବ ନେବେ । ଓଡ଼ିଶାର ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ । ଲୋକଙ୍କ ଶୁଭେଚ୍ଛା ଓ ସହଯୋଗ ଅଛି । ନିର୍ବାଚନର ପ୍ରମୁଖ ବିଷୟ ଓଡ଼ିଶାର ଅସ୍ମିତା ରହିବ । ନିର୍ବାଚନ ଦାୟିତ୍ୱ ଓଡ଼ିଶାର ଲୋକ ନେବେ ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ବିଜେପି ଦୁଇଥର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଏହି ଦୁଇଟି ପର୍ଯ୍ୟାୟରେ ଓଡ଼ିଶାର ନାଁ ନାହିଁ। ଅପରପକ୍ଷରେ ବିଜେଡି ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।

ସେପଟେ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବିଜେଡି ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ନବୀନ ନିବାସରେ ବସିବ ବୈଠକ । ଦଳର ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ସାମିଲ ହେବେ । ଯାହା ମେଣ୍ଟ ସସପେନ୍ସ ଉପରୁ ପରଦା ହଟାଇବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।