FeaturedGeneralLatestPolitics

ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା ଅଙ୍କ

ମୁମ୍ବାଇ (ସଂକେତ ଟିଭି) : ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପି ମଧ୍ଯରେ ସିଟ୍ ଭାଗବଣ୍ଟା ଫାଇନାଲ ହୋଇଛି । କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ଘୋଷଣା କରାଯାଇଛି। ସୂତ୍ର ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବସେନା ସର୍ବାଧିକ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଶରଦ ପାୱାରଙ୍କ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ମେଂଟର ଚୁକ୍ତି ଅନୁସାରେ, ସାଙ୍ଗଲୀ ସିଟ୍‌ରେ ଶିବସେନା ଏବଂ ମୁମ୍ବାଇର ନର୍ଥ ସିଟ୍ କଂଗ୍ରେସ ଖାତାକୁ ଯାଇଛି । ସିଟ୍ ସେୟାରିଂ ପାଇଁ ଏମଭିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ପିସିସି ସଭାପତି ନାନା ପଟୋଲେ ଏବଂ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ଆସନ ଭାଗବଣ୍ଟା ଘୋଷଣା କରିବା ପରେ ଶରଦ ପାଓୱାର କହିଛନ୍ତି, ଆମେ ସମସ୍ତେ ଏକାଠି ଅଛୁ। ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ। ସେହିପରି ଉଦ୍ଧବ ଠାକରେ କହିଛନ୍ତି ଯେ ’ସବୁ ସିଟରେ ଲଢିବାକୁ ସମସ୍ତଙ୍କର ଇଚ୍ଛା ଅଛି। ଏଥିରେ କୌଣସି ଭୁଲନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। ଏହି ଲଢେଇ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

୧୭ ସିଟ୍‌ରେ ନିର୍ବାଚନ ଲଢିବ କଂଗ୍ରେସ: ରାମଟେକ, ନାଗପୁର, ଭଣ୍ଡାରା ଗୋଣ୍ଡିଆ, ଗାଡଚିରୋଲି, ଲାଟୁର, ସୋଲାପୁର, କୋହ୍ଲାପୁର, ପୁଣେ, ନନ୍ଦେଡ, ଅମରାବତୀ, ନନ୍ଦୁରବାର, ଆକୋଲା, ଚନ୍ଦ୍ରପୁର, ଧୁଲେ, ଜଲନା, ଉତ୍ତର ମୁମ୍ବାଇ, ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ କଂଗ୍ରେସ ।

ଶରଦ ପାଓ୍ବାରଙ୍କ ଏନସିପିକୁ ୧୦ ସିଟ୍: ଶରଦ ପାୱାରଙ୍କ ପାର୍ଟି ବାରାମତି, ଶୁରୁର, ଭିଓ୍ବଣ୍ଡୀ, ଦିନ୍ଦୋରୀ, ମାଧା, ରେଭର, ଓର୍ଦ୍ଧା, ଦକ୍ଷିଣ ଅହମ୍ମଦନଗର ଏବଂ ବିଡରୁ ପ୍ରତିଦ୍ବନ୍ଦିତା କରିବେ ।

ଉଦ୍ଧବ ଠାକେରଙ୍କ ଶିବସେନା ୨୧ ସିଟ୍‌ରେ ନିର୍ବାଚନ ଲଢିବ: ଦକ୍ଷିଣ ମୁମ୍ବାଇ, ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ, ଉତ୍ତର ପଶ୍ଚିମ ମୁମ୍ବାଇ, ମୁମ୍ବାଇ ଉତ୍ତର ପୂର୍ବ, ଜାଲଗାଓଁ, ପରଭନୀ, ନାଶିକ, ପାଲଘର, କଲ୍ୟାଣ, ଥାନେ, ରାୟଗଡ, ମାଭାଲ, ଧରଶିଭ, ରତ୍ନାଗିରି, ବୁଲଡାନା, ହାଟକାନଙ୍ଗଲେ, ସମ୍ୱାଜିନଗର, ଶିରିଡୀ, ସାଙ୍ଗଲି, ହିଙ୍ଗୋଲି, ୟବତମାଲ ଏବଂ ୱାଶିମରୁ ଶିବସେନା ନିର୍ବାଚନ ଲଢିବ ।