FeaturedGeneralLatestPolitics

ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ସଠିକ ଓ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଦେଇଛନ୍ତି। ଏକ୍ସାଇଜ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଗିରଫକୁ ବୈଧ ବୋଲି କହିଛନ୍ତି।

କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ରାୟ ବିରୋଧରେ କେଜ୍ରିଓ୍ବାଲ ଦିଲ୍ଲୀ ହୋଇକୋର୍ଟରେ ଏହି ମାମଲା କରିଥିଲେ । ଗତ 3 ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇବା ସହ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି । ମାତ୍ର ଆମ ଆଦମୀ ପାର୍ଟି ଏହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇସାରିଛି । କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ।