FeaturedGeneralLatest

ଏପ୍ରିଲ୍ ୧ରୁ କମିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ (ସଂକେତ ଟିଭି): ଏପ୍ରିଲ୍ ୧ରୁ ଗ୍ୟାସ୍ ସିଲିଣ୍ଡର ଦର କମିଛି। ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର କମିବା ନେଇ ତୈଳ କମ୍ପାନୀଙ୍କ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ଦର ଏପ୍ରିଲ୍ ୧ରୁ ଲାଗୁ ହୋଇଛି। ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୩୦.୫୦ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ଏବେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ହୋଇଛି। ପୂର୍ବରୁ ଏହା ୧୭୯୫ ଟଙ୍କା ଥିଲା।

ସେହିପରି କୋଲକାତାରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ଏବେ ୧୮୭୯ ଟଙ୍କା, ମୁମ୍ବାଇରେ ୧୭୧୭୧.୫୦ ଟଙ୍କା, ଚେନ୍ନାଇରେ ୧୯୩୦ ଟଙ୍କାରେ ମିଳିବ। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଏବେ ୮୦୩ ଟଙ୍କାରେ ମିଳୁଛି। ସେହିପରି ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଏହା ଏବେ ୬୦୩‌ ଟଙ୍କାରେ ଉପଲବ୍ଧ ହେଉଛି।