FeaturedGeneralLatestPolitics

କଂଗ୍ରେସକୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନ ସରିବା ଯାଏଁ ହେବ ନାହିଁ ଆୟକର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ (ସଂକେତ ଟିଭି): ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ଶୁଣାଣିରେ କହିଛନ୍ତି ଯେ , ବର୍ତ୍ତମାନ ଆମେ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇପାରିବ।

ସୁପ୍ରିମକୋର୍ଟ କହିଛନ୍ତି, କଂଗ୍ରେସକୁ ଦିଆଯାଇଥିବା ବିଜ୍ଞପ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଜୁଲାଇ ୨୪ରେ ଶୁଣାଣି ହେବ। ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ। ସେ କହିଛନ୍ତି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ଦଳ ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁନାହୁଁ, ତେଣୁ ବର୍ତ୍ତମାନ ସୁଦ୍ଧା ୧୭୦୦ କୋଟି ଟଙ୍କା ଫେରସ୍ତ ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ। ସଲିସିଟର ଜେନେରାଲ ଜଷ୍ଟିସ ବିଭି ନାଗରତ୍ନାଙ୍କ ବେଞ୍ଚକୁ କହିଛନ୍ତି ଯେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ଉଚିତ।

ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଏକ ଝଟକା ଲାଗିଥିଲା । 2014-15 ଏବଂ 16-17 ବର୍ଷ ପାଇଁ 1,745 କୋଟି ଟଙ୍କା ଟ୍ୟାକ୍ସ ନୋଟିସ ଜାରି କରିଥିଲା ଆୟକର ବିଭାଗ । ପରେ ଆୟକର ବିଭାଗ ପକ୍ଷରୁ ଆଉ 3ଟି ନୋଟିସ ଜାରି କରାଯାଇଥିଲା । ଅର୍ଥାତ ବର୍ତ୍ତମାନ ସୁଦ୍ଧା ମୋଟ 3,567 କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ପଠାଇଛି । 2014-15 (ପ୍ରାୟ 663 କୋଟି ଟଙ୍କା), 2015-16 (ପ୍ରାୟ 664 କୋଟି ଟଙ୍କା) ଏବଂ 2016-17 (ପ୍ରାୟ 417 କୋଟି ଟଙ୍କା) ଅଟେ । ଏଥି ସହିତ କଂଗ୍ରେସ ପାଇଁ ଅଭିଷେକ ମନୁ ସିଂଭି କହିଛନ୍ତି, 3500 କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ଜାରି କରାଯାଇଛି । କିନ୍ତୁ ନିର୍ବାଚନ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ । ମୁଣ୍ଡ ଉପରେ 2024 ଲୋକସଭା ନିର୍ବାଚନ ରହିଥିବା ବେଳେ ଆୟକର ବିଭାଗ ସମସ୍ୟାକୁ ଦ୍ବିଗୁଣିତ କରିଥିଲା । ତେବେ କୋର୍ଟ ପକ୍ଷରୁ କଂଗ୍ରେସକୁ ଆଜି ଏକ ପ୍ରକାର ଆଶ୍ବସ୍ତି ମିଳିଛି ।