ରାଜ୍ୟରେ ପୁଣି ୨୬ କରୋନା ପଜିଟିଭ୍ ଚିହ୍ନଟ

ଭୂବନେଶ୍ବର ୮।୫: ( ତପନ ସ୍ବାଇଁ) ଆଜି ସକାଳୁ ରାଜ୍ୟରେ ପୁଣି ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ତଥ୍ୟ ପ୍ରଦାନ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ସେମାନଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ୫ ଓ ଭଦ୍ରକ ଜିଲ୍ଲାର ୨ ଜଣ । ଗଞ୍ଜାମ ଜିଲ୍ଲାର ୧୯ ଆକ୍ରାନ୍ତଙ୍କ ବୟସ  ୨୬, ୪୫, ୨୧, ୩୮, ୪୦,୩୩, ୪୫., ୩୧, ୨୩, ୪୭, ୩୫,୨୪, ୩୦, ୧୮, ୨୯, ୫୭, ୩୮, ୩୧, ଏବଂ ୫୮ ବର୍ଷ ବୋଲି ଏଥିରେ ସୂଚନା ଦିଆଯାଇଛି। ଠିକ୍ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ବୟସ  ୩୨, ୩୩, ୨୭, ୩୫ ଓ ୩୧ ବର୍ଷ । ଅପରପକ୍ଷରେ ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୨୧ ଓ ୪୧ ବର୍ଷ। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି।