CulturalFeaturedLatest

ପଞ୍ଚଲିଙ୍ଗେଶ୍ବର ସମେତ ରାଜ୍ଯର ୫ଟି ପର୍ଯ୍ଯଟନ ସ୍ଥଳୀରେ ଲାଗିବ ରୋପ୍ ଓ୍ବେ

ଭୁବନେଶ୍ବର ୬।୪: ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ୫ଟି ପର୍ଯ୍ଯଟନ ସ୍ଥଳୀରେ ରୋପ୍ ୱେ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ବର୍ଷକ ଭିତରେ ଏହି ୫ଟି ରୋପ୍ ୱେ ଲଗାଯିବ । ୧୪ ମାସରୁ ୧୬ ମାସ ଭିତରେ ଏହାର କାର୍ଯ୍ୟ ଶେଷ କରିବାର ଯୋଜନା ରଖାଯାଇଛି। ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ରାଜ୍ଯ ସରକାର ଚିନ୍ତା କରୁଥିବା କୁହାଯାଇଛି ।