CulturalFeaturedLatest

ପାର୍ବଣ ଉପରେ ଲାଗିଲା କଟକଣା, ବଢିବନାହିଁ ମୂର୍ତ୍ତି ଉଚ୍ଚତା

ଭୂବନେଶ୍ବର ୧୦/୦୯ : (ସଂକେତ ଟିଭି) କୋଭିଡର ଭୟବହତା ଯାଇନଥିବାରୁ ରାଜ୍ୟ ସରକାର ପାର୍ବଣ ଋତୁରେ କଟକଣା ଲଗାଇଛନ୍ତି । ଆଜି ଗଣେଶ ଚତୁର୍ଥୀ ଥିବାବେଳେ ଆଗକୁ ନୂଆଖାଇ ଏବଂ ଦୂର୍ଗା ପୂଜା ହେବାକୁ ଯାଉଛି । ତେଣୁ ଏଭଳି ସ୍ଥିତିରେ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ଘରେ ବସି ପର୍ବ ପାଳିବାକୁ ଏସଆରସି ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।

ନୂଆଖାଇରେ କେବଳ ଘରେ ବସି ପରିବାର ସହ ନୂଆ ଖାଇବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ନଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ସମସ୍ତ ପର୍ବ ପର୍ବାଣୀକୁ ଅନୁପାଳନ କରିବାକୁ ଅନୁମତି ଦେଇଥିବାବେଳେ ସମସ୍ତ କାର୍ଯ୍ୟକୁ କୋଭିଡ କଟକଣାର ପରିଧି ମଧ୍ୟରେ ପାଳନ କରିଛନ୍ତି ।

ଯେହେତୁ ପବିତ୍ର ଗଣେଶ ଚତୁର୍ଥୀରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ । ଏସଆରସି କହିଛନ୍ତି କେରଳ ସରକାର ଓନାମ ପର୍ବ ପାଳି ଭୁଲ କରିଛନ୍ତି । ତୃତୀୟ ଲହରକୁ ସ୍ୱାଗତ କରିଛନ୍ତି । ସାଧାରଣ ଲୋକେ ଅମାନିଆ ହେଲେ , ସରକାର ରୋକ ଲଗାଇପାରିଲେ ନାହିଁ । ଯାହା ବିପଦକୁ ଡାକି ଆଣିଛି ବୋଲି କହିଛନ୍ତି । ତେଣୁ ଓଡିଶାରେ ଏଭଳି ସ୍ଥିତି ସୃଷ୍ଟି ନହେଉ ବୋଲି ସେ କହିଛନ୍ତି ।

ସରକାରଙ୍କ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ । ତେଣୁ ଗହଳି ନକରି ନିରାଡମ୍ବର ଭାବେ ଧୈର୍ଯ୍ୟର ସହ ପାଳନ କରିବାକୁ ଅନୁରୋଧ କରିଛନ୍ତି ।