EducationFeaturedLatest

ସିବିଏସଇ ଅନଲାଇନ ପରୀକ୍ଷା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ, ୧୮|୧୧: (ସଂକେତ ଟିଭି) ସିବିଏସଇ ଏବଂ ସିଆଇଏସସିଇ ଅନଲାଇନ ପରୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇବ୍ରିଡ ମୋଡରେ ପରୀକ୍ଷା କରାଯିବ ନାହିଁ । ଏଥିସହ ବିଳମ୍ବରେ ଅର୍ଥାତ ନଭେମ୍ବର ୧୬ରେ ଆରମ୍ଭ ହୋଇଥିବା ପରୀକ୍ଷାରେ ବ୍ୟାଘାତ କରିବା ଅନୁଚିତ୍ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ଏମ ଖନୱିଲକର ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ବେଞ୍ଚ ଦ୍ୱାରା ଏହି ଆବେଦନ କରାଯାଇଥିଲା । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସିବିଏସଇ ଏବଂ ସିଆଇଏସସିଇ ଟର୍ମ- ୧ ପରୀକ୍ଷା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ସୁପ୍ରିମକୋର୍ଟ ଉଭୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ଏହା ମଧ୍ୟ ଆବେଦନକାରୀଙ୍କୁ ସୂଚାଇ ଦେଇଛନ୍ତି ଯେ, ଯଦି ପରୀକ୍ଷା ଆରମ୍ଭ ପୂର୍ବରୁ ଆବେଦନ କରାଯାଇଥାନ୍ତା ତେବେ ବିଚାରକୁ ନିଆଯାଇଥାନ୍ତା । ମାତ୍ର ପରୀକ୍ଷା ଆରମ୍ଭ ପରେ ଏହି ଆବେଦନର କୌଣସି ମୂଲ୍ୟ ନାହିଁ ।

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ଯେହେତୁ ବୋର୍ଡ 34 ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପରିଚାଳନା ଆରମ୍ଭ କରିସାରିଛି, ତେଣୁ ପରୀକ୍ଷାର ଧାରା ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ତେଣୁ ଏପରି ଆବେଦନ କରି ପରୀକ୍ଷା ପ୍ରଣାଳୀକୁ ବାଧା ଦିଅନ୍ତୁ ନାହିଁ ।