EducationFeaturedLatest

ଜାନୁଆରୀ ୩ ତାରିଖରୁ ହିଁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ବର, ୩୧/୧୨: (ସଂକେତ୍ ଟିଭି) ଜାନୁଆରୀ ୩ ତାରିଖରେ ହିଁ ଖୋଲିବ ପ୍ରାଥମିକ ସ୍କୁଲ । ଏନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ବିରାମ ଲଗାଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଦୀର୍ଘ ୨ ବର୍ଷ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଯାଉଛି । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ବୋଲି ସେ କହିଛନ୍ତି ।

ଶ୍ରୀ ଦାଶ କହିଛନ୍ତି ଯେ ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ତେବେ ଅଫଲାଇନ କ୍ଲାସ ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ଅନଲାଇନରେ ପଢ଼ିପାରିବେ । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।