Latest

ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୪୧୨୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର ୧୬।୦୯: ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୪୧୨୧ କୋଭିଡ୍-୧୯ ପଜିଟିଭ୍ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି କଟକ ଜିଲ୍ଲାରୁ ୪୪୦, ପୁରୀ ଜିଲ୍ଲାରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ ଜିଲ୍ଲାରୁ ୧୮୧, ଢେଙ୍କାନାଳ ଜିଲ୍ଲାରୁ ୧୫୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ଵର ଓ ବଲାଙ୍ଗିରରୁ ୧୦୮ ଜଣ ଲେଖାଏଁ, ଗଞ୍ଜାମରୁ ୧୦୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ଘଟିଛି।