CulturalLatest

ପୁରୀ ଶ୍ରୀମନ୍ଦିରରେ ରାତି ୮ଟା ୩୦ରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୦୭/୦୧: (ସଂକେତ ଟିଭି) ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ରାତି ୮ଟା ୩୦ମିନିଟରେ ବନ୍ଦ ହେବ ସର୍ବସାଧାରଣ ଦର୍ଶନ ବନ୍ଦ ହେବ । ରାଜ୍ୟରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ପ୍ରତିଦିନ ରାତି ୮ଟା ୩୦ମିନିଟରେ ସର୍ବସାଧାରଣ ଦର୍ଶନ ବନ୍ଦ ହେବ। ରାତି ୮ଟା ୩୦ରେ ବାରିକେଡରେ ପ୍ରବେଶ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି ନିୟମ ଲାଗୁ ହେବ।

ସେପଟେ ପୁରୀ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ବି କିଛି କୋଭିଡ ସଂକ୍ରମିତ ହୋଇଛନ୍ତି । ଫଳରେ ପୁରୀ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ ସଂକ୍ରମିତ ଅଧିକ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ, କିଭଳି ଶ୍ରୀମନ୍ଦିର ଭିତରେ କୋଭିଡ ଗାଇଡ଼ଲାଇନ କଡାକଡି କରିହେବ, କ’ଣ ବିକଳ୍ପ ବ୍ୟବସ୍ଥା ରହିଛି, ଶ୍ରୀମନ୍ଦିର ପୂର୍ବ ଭଳି ଭକ୍ତଙ୍କ ପାଇଁ ବନ୍ଦ କରିବା ଉଚିତ ହେବ କି ସେନେଇ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ନିଷ୍ପତ୍ତି ହେବ । ଭର୍ଚୁଆଲ ମୋଡ଼ରେ ଏହି ବୈଠକ ହେବ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ ସଦସ୍ୟ, ପୁରୀ ଜିଲ୍ଲାପାଳ ଏହି ବୈଠକରେ ଉପସ୍ଥିତ ରହିବେ ।