FeaturedLatestNews

ପୋଲ ତଳକୁ ଖସିଲା ଟ୍ରକ୍, ଦୁଇ ମୃତ

ବାରିପଦା (ସଂକେତ ଟିଭି) : ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ମାଲବାହୀ ଟ୍ରକ୍। ଗାଡିଟି ପୋଲ ତଳକୁ ଖସି ପଡିବା ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାରିପଦାରୁ ଝାରପୋଖରିଆ ଅଭିମୁଖେ ଯାଉଥିବା ଏକ ଟ୍ରକ ୧୮ନଂ ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ନିକଟରେ ଭାରସାମ୍ୟ ହରାଇ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଉପରେ ନିର୍ମିତ ପୋଲ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନଥିବାରୁ ପଥରରେ ପିଟି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ଓ ହେଲ୍ପରଙ୍କ ମୃତଦେହକୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ। ତେବେ ମୃତ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।