LatestNews

ମହିଳା କର୍ମଚାରୀଙ୍କୁ ମିଳିବ ୧୦ ଦିନ ଅଧିକ ଛୁଟି

ଭୁବନେଶ୍ୱର (ସଂକେତ ଟିଭି) : ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ବାର୍ଷିକ ୧୫ ଦିନ ଛୁଟି ବଦଳରେ ୨୫ ଦିନ ପାଇବେ। ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।