FeaturedLatestNews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି) : ଆଜିଠୁ ଓଡିଶାରେ ଗଡିଛି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ପୁରୀ ରୁ ବିଶାଖାପାଟନମ୍ ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ । ଏହି ଟ୍ରେନ୍ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ । ଆଜି କେବଳ ଶୁଭାରମ୍ଭ ପାଇଁ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ତୃତୀୟ ବନ୍ଦେ ଭାରତ ଟ୍ରେନର ସମୟ ବିବରଣୀ ପ୍ରକାଶ ପାଇବ । ପୂର୍ବରୁ ଓଡିଶାକୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ମିଳିଥିଲା ।

୨୦୨୩ ମେ ମାସରେ ପୁରୀ-ହାୱଡ଼ା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚାଲିଥିଲା । ପରେ ୨୦୨୩ ସେପ୍ଟେମ୍ବରରେ ପୁରୀ-ରାଉରକେଲା ମଧ୍ୟରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିଲା ।