FeaturedGeneralLatest

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ଼ (ସଂକେତ ଟିଭି): ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର‌ ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।

ବନୱାରୀ ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ସହ ବନୱାରୀ ଲାଲ ପୁରୋହିତଙ୍କ ବିବାଦ ଲାଗି ରହିଥିଲା। ଏପରିକି ରାଜ୍ୟପାଳ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ଦୁଇ ଦିନ ତଳେ ହିଁ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ରାଜ୍ୟପାଳ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଭଗଓ୍ଵନ୍ତ ମାନ୍ କହିଥିଲେ ଯେ, ରାଜ୍ୟରେ ଆମର ଏକ ନିର୍ବାଚିତ ସରକାର ଅଛନ୍ତି । ଆମେ ନିର୍ବାଚିତ ଢଙ୍ଗରେ ରାଜ୍ କରିବୁ ଓ ସିଲେକ୍ଟେଡ୍ ଢଙ୍ଗରେ ଶାସନ କରିବୁ । ଗଣତନ୍ତ୍ରରେ ଶାସନ ନିର୍ବାଚନ ମାଧ୍ୟମରେ କରାଯାଇଥାଏ । ଭଗଓ୍ଵନ୍ତ ମାନ୍ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ପ୍ରତ୍ୟେକ କଥା କୁହନ୍ତି ଯେ ଏହା ବେଆଇନ ଏବଂ ଏହା ଆଇନଗତ ଅଟେ।

ଗତବର୍ଷ ଅଗଷ୍ଟରେ ଏକାଧିକ ପ୍ରସଙ୍ଗରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଫଳରେ ରାଜ୍ୟପାଳ ତାରନ ତାରନ ଖଣି ମାମଲା ସହ ଅନ୍ୟ କିଛି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଥ୍ୟ ମାଗିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏହି ଚିଠିର ପ୍ରତିଉତ୍ତର ଦେଇନଥିବା ଅଭିଯୋଗ ହୋଇଥିଲା । ଫଳରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖି ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ଅଭିଯୋଗରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ ସୁପାରିଶ କରିବା ନେଇ ଚେତାବନୀ ଦେଇଥିଲେ ।