CulturalFeaturedLatest

ଏକାଠି ରହିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୨୮ ବର୍ଷୀୟ ଯୁବକଙ୍କ ସହ ୬୭ ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ ୨୮/୦୩: (ସଂକେତ ଟିଭି)କୁହାଯାଏ ପ୍ରେମ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ, ପ୍ରେମ କୌଣସି ବି ବୟସରେ ହୋଇପାରେ । ମଧ୍ୟପ୍ରଦେଶର ଗ୍ୱାଲିଅରରୁ ପ୍ରେମକୁ ନେଇ ଏପରି ଏକ ରୋଚକ ଘଟଣା ସାମନାକୁ ଆସିଛି । ମୁରୈନା ଜିଲ୍ଲାରେ ରହୁଥିବା ୬୭ ବର୍ଷୀୟ ରାମକଲୀଙ୍କୁ ୨୮ ବର୍ଷୀୟ ଯୁବକଙ୍କ ସହ ପ୍ରେମ ହୋଇଯାଇଛି ଓ ଏହି ଦୁଇଜଣ ଏବେ ଲିଭ୍‌-ଇନ୍‌-ରିଲେସନସି ରେ ରହୁଛନ୍ତି ।

ଏହି ପ୍ରେମୀଯୁଗଳ କହିଛନ୍ତି ସେମାନେ ପରସ୍ପରକୁ ଭଲପାଆନ୍ତି କିନ୍ତୁ ବିବାହ କରିବାକୁ ଚାହୁଁ ନାହାନ୍ତି । ସେଥିପାଇଁ ସେମାନଙ୍କ ଲିଭ୍‌-ଇନ୍‌-ରିଲେସନସି କୁ ମାନ୍ୟତା ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମୀଯୁଗଳ । ଏସଂପର୍କରେ ସୂଚନା ଦେଇ ଆଡଭୋକେଟ୍ ଦିଲୀପ ଅବସ୍ଥି କହିଛନ୍ତି, ଏହି ପ୍ରେମୀଯୁଗଳ ୬୭ ବର୍ଷୀୟ ରାମକଲୀ ଓ ୨୮ ବର୍ଷୀୟ ଭୋଲୁ ପରସ୍ପରକୁ ପ୍ରେମକରନ୍ତି ଓ ଏକାଠି ରହିବାକୁ ଚାହୁଁଛନ୍ତି; କିନ୍ତୁ ବିବାହ କରିବାକୁ ଚାହୁଁନାହାନ୍ତି । ଲିଭ୍‌-ଇନ୍‌-ରିଲେସନସି ରେ ରହୁଥିବା ସମୟରେ ଯେପରି କୌଣସି ବିବାଦ ନହେବ ସେଥି ।ଇଁ ଏହି ଦୁଇଜଣ ନୋଟାରିଙ୍କ ପାଖରେ ସତ୍ୟପାଠ ମଧ୍ୟ କରେଇଛନ୍ତି । ଏହା ପୂର୍ବରୁ ରାମକଲୀ ଓ ଭୋଲୁ ଗ୍ୱାଲିଅରର ଜିଲ୍ଲା ନ୍ୟାୟାଳୟ ପହଞ୍ଚିଥିଲେ । ସେଠାରେ ସେମାନେ ଲିଭ୍‌-ଇନ୍‌ରିଲେସନ ସି ରେ ରହିବା ପାଇଁ ସେମାନଙ୍କ କାଗଜପତ୍ର ନେଇ ପହଞ୍ଚିଥିଲେ ଓ ନୋଟାରୀଙ୍କ ପାଖରେ ସତ୍ୟପାଠ କରେଇଥିଲେ ।

ପ୍ରେମୀଯୁଗଳଙ୍କ ଅନୁସାରେ ଲିଭ୍‌-ଇନ୍‌-ରିଲେସନସି ରେ ରହିବା ସମୟରେ ଭବିଷ୍ୟତରେ କୌଣସି ପ୍ରକାର ବିବାଦ ଯେପରି ସୃଷ୍ଟି ନହେବ ସେଥିପାଇଁ କାଗଜପତ୍ର ସହ କୋର୍ଟ ଆସିଛୁ । ଜଣେ ଓକିଲ କହିଛନ୍ତି ଏପରି ପ୍ରେମୀଯୁଗଳ ବିବାଦରୁ ବର୍ତ୍ତିବା ପାଇଁ ଲିଭ୍‌-ଇନ୍‌-ରିଲେସନସି ର ନୋଟାରୀ ସତ୍ୟପାଠ କରିଥାନ୍ତି କିନ୍ତୁ ଆଇନ ଅନୁଯାୟୀ ଏପରି କାଗଜପତ୍ରକୁ ମାନ୍ୟତା ଦିଆଯାଇ ନଥାଏ ।