CulturalFeaturedLatest

ଜୁନ୍ ୩୦ରୁ ଅମରନାଥ ଯାତ୍ରା

ଶ୍ରୀନଗର ୨୯/୦୩: (ସଂକେତ ଟିଭି) ଆସନ୍ତା ଜୁନ୍ ୩୦ ତାରିଖରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବ । ଯାତ୍ରା ଆରମ୍ଭ ସମ୍ପର୍କରେ ରବିବାର ଜାମ୍ମୁ- କାଶ୍ମୀର ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ମଧ୍ୟରେ ଏହି ଯାତ୍ରା ୪୩ ଦିନ ପାଇଁ ଚାଲିବ ।

ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅମରନାଥ ମନ୍ଦିର ବୋର୍ଡ ବୈଠକରେ ଯାତ୍ରା କାର୍ଯ୍ୟସୂଚୀ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଅମରନାଥ ଯାତ୍ରାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା । ସେହିପରି ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ପାଇଁ ଏହି ଯାତ୍ରାକୁ ବାତିଲ କରାଯାଇଥିଲା ।