CulturalFeaturedLatest

ଅମରନାଥରେ ଏବେ କଡ଼ା ପହରା, ଯାତ୍ରୀଙ୍କୁ ମିଳିବ ତ୍ରିସ୍ତରୀୟ ସୁରକ୍ଷା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯିବ । ଅମରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତିନି ସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ଡ୍ରୋନ ଏବଂ ସିସିଟିଭି କ୍ଯାମରା ଜରିଆରେ ଗତି ବିଧି ଉପରେ ନଜର ରଖାଯିବ । ଏହାବାଦ୍ ଯାତ୍ରାଙ୍କୁ ସୁରକ୍ଷିତ ଯାତ୍ରା ପାଇଁ ଅନ୍ୟ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ । ଏ ନେଇ ଚାଲିଛି ମାରାଥନ ବୈଠକ ।

କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ଡ୍ରୋନର ହମଲା , ଷ୍ଟିକ୍ ବମ୍ ଏବଂ ଆତଙ୍କି ହମଲା ପରି କୌଣସି ବିପଦର ମୁକାବିଲା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ନକ୍ସା ପ୍ରସ୍ତୁତ କରାଯାଇଛି । ଗତ ଏକ ମାସ ଧରି ଅମରନାଥ ଯାତ୍ରା ପାଇଁ କଡ଼ା ବ୍ଯବସ୍ଥା ଗ୍ରହଣ କରାଯିବା ସହ ଏ ସଂପର୍କରେ ଅନେକ ବୈଠକ ମଧ୍ୟ ହୋଇ ସାରିଥିବା ଆଇଜି କହିଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ସ୍ବରୂପ ଡ୍ରୋନ, ସିସିଟିଭି କ୍ଯାମେରା ଜରିଆରେ ନଜର ରଖାଯିବା ସହ ଆରଏଫଆଇଡି ରଖାଯିବ ।

ସୂଚନାଯୋଗ୍ୟ, ନିକଟରେ ସୁରକ୍ଷା ବଳ ଅମରନାଥ ଯାତ୍ରା ଉପରେ ଆତଙ୍କୀ ହମଲାର ବଡ ଷଡଯନ୍ତ୍ରକୁ ପଣ୍ଡ କରିଥିଲେ । ସୁରକ୍ଷା ବଳ ପହଲଗାମରେ ତିନି ଆତଙ୍କବାଦୀଙ୍କ ନିପାତ କରିଥିଲେ । ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେଉଛି । ଯାହା ଅଗଷ୍ଟ ୧ ୧ ରେ ସମାପ୍ତ ହେବ । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିବ ବୋଲି ଆଶା କରାଯାଉଛି । ଏଥର ରାମବନ ଏବଂ ଚନ୍ଦନୱାଡିରେ ବଡ କ୍ୟାମ୍ପ ଲାଗିବ । ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।