EntertainmentLatest

ମହାଭାରତକୁ ନେଇ ରାଜାମୌଲିଙ୍କ ବଡ ଘୋଷଣା

ମୁମ୍ବାଇ (ସଂକେତ ଟିଭି): ବାହୁବଲୀ, ବାହୁବଲୀ-୨ ଏବଂ ଆରଆରଆର ଭଳି ବ୍ଲକବଷ୍ଟର ଫିଲ୍ମ ର୍ନିମାଣ କରିଥିବା ପପୁଲାର ନିର୍ଦ୍ଦେଶକ ଏସ.ଏସ ରାଜାମୌଲି ବର୍ତ୍ତମାନ ମହାପୁରାଣ ଉପରେ ନଜର ରଖିଛନ୍ତି । ଯାହାର କାହାଣୀ ଟିଭିରେ ଦେଖାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାହାକୁ କେହି ବଡ଼ ପରଦାରେ ଦେଖାଇବାକୁ ସାହସ କରି ନାହାଁନ୍ତି । କିନ୍ତୁ ବର୍ତ୍ତମାନ ରାଜାମୌଲି ଏହି ବିଗ୍ ବଜେଟ୍‌ ପ୍ରୋଜେକ୍ଟକୁ ବଡ଼ ପରଦାରେ ଉପସ୍ଥାପନ କରିବାକୁ ଆଗେଇ ଆସିଛନ୍ତି ।

ରାଜାମୌଲି କେବଳ ପରଦାରେ କାହାଣୀକୁ ଏକ ନିଆରା ଢଙ୍ଗରେ ଦେଖାଆନ୍ତି କରନ୍ତି ନାହିଁ ବରଂ ସେ କୌଣସି ଫିଲ୍ମ କରିବା ପୂର୍ବରୁ ଗଭୀର ଅନୁସନ୍ଧାନ ମଧ୍ୟ କରନ୍ତି । ଏନେଇ ରାଜାମୌଲିଙ୍କ ମହାଭାରତର କାହାଣୀକୁ ବଡ ପରଦାରେ ଆଣିବା ପାଇଁ ଏ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି । ରାଜାମୌଲି କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ରକୁ ବଡ଼ ଏବଂ ଉତ୍ତତ କରିବା ପାଇଁ ମହାଭାରତ ତାଙ୍କର ବହୁ ପ୍ରତୀକ୍ଷିତ ଡ୍ରିମ୍ ପ୍ରୋଜେକ୍ଟ । ଏହାକୁ ଆରମ୍ଭ କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିବ ବୋଲି କରିଛନ୍ତି ।
କହିବାକୁ ଗଲେ ମହାଭାରତର କାହାଣୀକୁ ବଡ ପରଦାରେ ଆଣିବା ପାଇଁ କୋଟି କୋଟି ଟଙ୍କା ଲାଗିବ ଏବଂ ଏହା ବୋଧହୁଏ ସିନେମା ଇତିହାସରେ ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଶୁଣି ଦେଖାଆନ୍ତି କରନ୍ତି ନାହିଁ ବରଂ ଖୁବ୍ ଉତ୍ସାହିତ ଅଛନ୍ତି ।