EntertainmentFeaturedLatest

ସୁସ୍ମିତା ସେନଙ୍କ ପ୍ରେମରେ ଉବୁଡୁବୁ ଲଳୀତ ମୋଦୀ, ଖୁବ୍ ଶିଘ୍ର ହେବ ବାହାଘର

ନୂଆଦିଲ୍ଲୀ (ସଂକେତ ଟିଭି): ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳୀତ ମୋଦୀଙ୍କ ପ୍ରେମ ସଂପର୍କ ଏବେ ଚର୍ଚ୍ଚାରେ। ଲଲିତ ମୋଦୀ ସୋସିଆଲ୍ ମିଡିଆରେ ନିଜ ରିଲେସନକୁ ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ପରେ ସବୁଠି ଏମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ।

ସର୍ବପ୍ରଥମେ ଲଳିତ ମୋଦୀ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ରହିଛନ୍ତି। କ୍ୟାପସନରେ ଲେଖିଛନ୍ତି ପରିବାର ସହିତ ମାଳଦ୍ଵୀପ ଏବଂ ସାରଡିନିଆର ଟୁରରୁ ଏବେ ଫେରିଛି। ମୋ ସହିତ ଅଛନ୍ତି ମୋ ପ୍ରିୟର ସୁସ୍ମିତା ସେନ। ଶେଷରେ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଓଭର ଦ ମୁନ।

ଏହା ପର ଟ୍ବିଟରେ ଲଳୀତ – ସୁସ୍ମିତା ଏକାଠି ଛୁଟି କାଟିଥିବାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଖୁବ୍‌ ନିକଟତର ଥିବା ବେଳେ କ୍ୟାପସନ୍‌ରେ ଲେଖିଛନ୍ତି- ଆମେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛୁ, ବିବାହ ଏପର୍ଯ୍ୟନ୍ତ କରିନୁ, କିନ୍ତୁ ହଁ ଖୁବ୍‌ ଶୀଘ୍ର ଏହା ମଧ୍ୟ ହୋଇପାରେ ।

ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ଚିତ୍ର ଦେଖାଯାଉଛି ଯେ, ସୁସ୍ମିତା ସେନଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଏପରିକି ଲଲିତ ମୋଦୀ ସୁସ୍ମିତାଙ୍କ ସହ ତାଙ୍କ ଟ୍ୱିଟର ଡି.ପି. ମଧ୍ୟ ରଖିଛନ୍ତି । ବର୍ତ୍ତମାନ କେବଳ ଲଲିତ ମୋଦୀ ଏବଂ ସୁସ୍ମିତା ସେନଙ୍କ ପ୍ରେମ ଜୀବନ ସବୁଆଡେ ଉଲ୍ଲେଖ କରାଯାଇଛି ।

ଲଲିତ ମୋଦୀଙ୍କ ପୋଷ୍ଟ ପରେ ଅନେକ ଲୋକ ଭୁଲ ଭାବିଥିଲେ ଯେ, ସେମାନେ ବିବାହ କରିଯାଇଛନ୍ତି । କିନ୍ତୁ ତା’ପରେ ସେ ଅନ୍ୟ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କ ଭୁଲ ବୁଝାମଣାକୁ କ୍ଲିଅର କରିଦେଲେ । ଏବେ ଜଣାପଡୁଛି ଯେ, ଖୁବଶୀଘ୍ର ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି । ତେବେ ଲୁଚିଛପି ଉଭୟ ନିର୍ବନ୍ଧ କରିସାରିଛନ୍ତି ।

ଲଲିତ ମୋଦିଙ୍କ ପ୍ରଥମ ପୋଷ୍ଟ
ବାସ୍ତବରେ, ସର୍ବପ୍ରଥମେ ଲଲିତ ମୋଦି କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ନଜର ଆସିଛନ୍ତି । ଫଟୋ ସହିତ ଲଲିତ ମୋଦି କ୍ୟାପସନରେ ଲେଖିଛନ୍ତି, “ପରିବାର ସହିତ ମାଲଦ୍ୱୀପ ଓ ସାରଡିନିୟାର ଏକ ଗ୍ଳୋବାଲ ଟୁରରୁ ଏବେ ଫେରିଛି ଓ ମୋର ବେଟର ହାଫ ସୁସ୍ମିତା ସେନ୍ । ଶେଷରେ ଜୀବନର ଏକ ନୂତନ ଆରମ୍ଭ । ଓଭର ଦି ମୁନ ।” ନିଜ କ୍ୟାପସନରେ ଲଲିତ ମୋଦି ମଧ୍ୟ ଅନେକ ହାର୍ଟ ଇମୋଜି ବ୍ୟବହାର କରିଛନ୍ତି ।

ଲଲିତ ମୋଦିଙ୍କ ଦ୍ୱିତୀୟ ପୋଷ୍ଟ
ଲଲିତ ମୋଦିଙ୍କ ପ୍ରଥମ ପୋଷ୍ଟ ପରେ ହିଁ ସୋସିଆଲ ମିଡିଆ ୟୁଜର୍ସ ଓ ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ, ଲଲିତ ମୋଦିଙ୍କ କ୍ୟାପସନରେ “ମେରି ବେଟର ହାଫ’ରୁ ଲୋକମାନେ ବୁଝିନେଇଥିଲେ ଯେ ସେମାନେ ବିବାହ କରିଛନ୍ତି । ଏଭଳି ପରିସ୍ଥିତିରେ ଲଲିତ ମୋଦି କିଛି ସମୟ ପରେ ଦ୍ୱିତୀୟ ଟ୍ୱିଟ୍ କରି ଲେଖିଛନ୍ତି, “ସ୍ପଷ୍ଟ କରିଦେଉଛି ଯେ ଆମର ବିବାହ ହୋଇନାହିଁ, ଆମେ ପରସ୍ପରକୁ ଡେଟ୍ କରୁଛୁ । କିନ୍ତୁ ବିବାହ ମଧ୍ୟ ଖୁବ ଶୀଘ୍ର ଦିନେ ହେବ ।