EntertainmentFeaturedLatest

ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା, ପ୍ରକୃତି ମିଶ୍ରଙ୍କୁ ପିଟିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ବର (ସଂକେତ ଟିଭି): ଓଲିଉଡ ଷ୍ଟାର ବାବୁଶାନ ମହାନ୍ତିଙ୍କ ଦାମ୍ପତ୍ୟ ଜୀବନର ବିବାଦ ରାସ୍ତା ଉପରକୁ ଆସିଛି । ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳ ରାସ୍ତା ଉପରେ ବାବୁଶାନ ଓ ପତ୍ନୀଙ୍କ କଳିର ଏକ ଭିଡିଓ ଭାଇରାଲ ହୋଇଛି । ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରକୁ ଦେଖି ପତ୍ନୀ ପ୍ରକୃତି ମିଶ୍ର ଓ ନିଜ ସ୍ବାମୀଙ୍କୁ ପିଟିଛନ୍ତି । ଭିଡିଓରେ ପ୍ରକୃତିଙ୍କ ପାଇଁ ପରିବାର ଧ୍ବଂସ ହୋଇଯାଇଥିବା ବାବୁଶାନଙ୍କ ପତ୍ନୀ ଅଭିଯୋଗ କରୁଛନ୍ତି ଓ ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ ମାରୁଥିବା ଦେଖାଯାଉଛି ।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଆଜି ସକାଳେ ଗାଡି ଭିତରୁ ଧରିଛନ୍ତି ତାଙ୍କର ପତ୍ନୀ। ଗାଡ଼ି ଭିତରୁ ବାହାରୁଥିବା ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାଡ଼ଥିବାର ଦେଖିବାକୁ ମିଳିଛି। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ।

ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ତେବେ ଏତଲା ଦେବା ପରେ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ମାମଲା ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲଳିତ ଶତପଥୀ ଓ ତାଙ୍କ ଝିଅଙ୍କ ନାଆଁରେ ଥାନାରେ ଅଭିଯୋଗ କରାଯାଇଛି। ଲଳିତ ଶତପଥୀ ଓ ତାଙ୍କ ଝିଅ ସହ ଦୁର୍ବ୍ୟବହାର କରିବା ସହ ତାକୁ ହତ୍ୟା ଧମକ ଦେଇଛନ୍ତି।

ଏନେଇ ଆଗରୁ ପ୍ରକୃତି ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଯେଉଁ ଭଳି ଅସଦାଚରଣ କରାଯାଇଛି, ସେନେଇ ସେ ଆଇନର ଦ୍ବାରସ୍ଥ ହେବେ।

ଏଣେ ବାବୁସାନ୍ କହିଛନ୍ତି, ଚେନ୍ନାଇର ଉତ୍କଳ ଆସୋସିଏସନରେ ଆମ ନୂଆ ଫିଲ୍ମର ପ୍ରମୋସନ୍ ପାଇଁ ବିମାନବନ୍ଦରକୁ ବାହାରିଥିଲୁ। କିନ୍ତୁ ହଠାତ୍ ପତ୍ନୀ ଆସି ତାଙ୍କର ଗାଡ଼ି ଅଟକାଇ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିଥିଲେ। ଏଥିରେ ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ତାଙ୍କୁ ମୁଁ ଦୋଷ ଦେବିନି। କାରଣ ସେ ଫିଲ୍ମ ଲାଇନର ନୁହନ୍ତି କି ଏ ଲାଇନ୍ ବିଷୟରେ କିଛି ବୁଝନ୍ତି ନାହିଁ। ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ। ପ୍ରକୃତି ମୋ ପିଲାଦିନର ସାଙ୍ଗ। ମୁଁ ଆଇନର ଦ୍ୱାରସ୍ଥ ହେବିନି। କିନ୍ତୁ ଯଦି ପ୍ରକୃତି ସେଭଳି କିଛି କରେ ସେଥିରେ ମୋର କିଛି କହିବାର ନାହିଁ।