EducationFeaturedLatest

ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ନୂଆ ବିଷୟ

କଟକ: (ସଂକେତ୍ ଟିଭି): ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୨୩ ରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ସ୍ଥାନ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବନ୍ୟା, ବାତ୍ୟା ଆଦିରୁ କିଭଳି ସୁରକ୍ଷା ପାଇବେ ସେସବୁ ଉପରେ ସ୍କୁଲ ପିଲାମାନେ ଶିକ୍ଷାଗ୍ରହଣ କରିବେ ।

ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଏହି ନୂଆ ବିଷୟ ରହିବ । ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ମହାମାରୀ ପରିଚାଳନା ଉପରେ ମଧ୍ୟ ସ୍ବତନ୍ତ୍ର ପାଠ୍ୟକ୍ରମ ସ୍ଥାନିତ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

ସୂଚନା ଥାଉକି, କିଛିଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ । ଏହି ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ।