EntertainmentLatest

ଦୁଇଟି ବିଗ୍ ବଜେଟ୍ ଫିଲ୍ମରେ ନଜର ଆସିବେ ଶେହନାଜ୍‌

ମୁମ୍ଵାଇ: (ସଂକେତ୍ ଟିଭି) ‘ବିଗ୍‌ ବସ୍‌-୧୩’ ଫେମ୍‌ ଶେହନାଜ୍‌ ଗିଲ୍‌ ଦୁଇଟି ବିଗ୍‌-ବଜେଟ୍ ବଲିଉଡ୍‌ ଫିଲ୍ମରେ ନଜର ଆସିବେ। ଫିଲ୍ମ ‘କିସି କା ଭାଇ, କିସି କି ଜାନ୍‌’ରେ ସଲମାନ ଖାନ୍‌ଙ୍କ ସହ ସେ ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବେ । ଆଉ ଏକ ପ୍ରୋଜେକ୍ଟରେ ଜନ୍‌ ଆବ୍ରାହମ୍‌, ରିତେଶ ଦେଶମୁଖ ଓ ନୋରା ଫତେହିଙ୍କ ସହ ତାଙ୍କୁ ଦେଖିବାକୁ ମିଳିବ ।

ନିକଟରେ ମୁମ୍ବାଇରେ ଆୟୋଜିତ ଫିଲ୍ମଫେୟାର ଆୱାର୍ଡସରେ ରେଡ୍‌ କାର୍ପେଟ୍‌ରେ ଗଣମାଧ୍ୟମକୁ ସେ କହିଥିଲେ, ପୂର୍ବରୁ ଲୋକେ ତାଙ୍କର ମଜା ଉଡ଼ାଉଥିଲେ । ଏବେ ତାଙ୍କ କାମକୁ ପ୍ରଶଂସା କରୁଛନ୍ତି। ସମୟ ପରିବର୍ତ୍ତନ ହୁଏ । ସମସ୍ତେ ନିଜର ଭାଗ୍ୟ ନେଇ ଆସିଥାନ୍ତି ଏବଂ ସେମାନଙ୍କ ହିସାବରେ ସମୟ ବଦଳିଯାଏ । ତେଣୁ କାହା ଉପରେ କଦାପି ଟିପ୍ପଣୀ ଦିଅନାହିଁ କିମ୍ବା ସେମାନଙ୍କ ବିଷୟରେ ନକାରାତ୍ମକ କମେଣ୍ଟ ଦିଅନାହିଁ । ଏହା ତୁମ ଉପରକୁ ଫେରିପାରେ ।’

ସେ କହିଛନ୍ତି ‘ଏବେ ମୁଁ ଏହି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛି ଏବଂ ଏଠାରେ ରହିବାକୁ ଚାହୁଁଛି । ମୋ ମତରେ, ବ୍ୟକ୍ତି ସର୍ବଦା ପ୍ରାକୃତିକ ରହିବା ଉଚିତ । ଯଦି ତୁମେ ପ୍ରାକୃତିକ ଓ ନିଷ୍ଠାବାନ ରହିବ, ଲୋକେ ତୁମ ସହ କାମ କରିବେ । ୨ଟି ଅପ୍‌କମିଙ୍ଗ ଫିଲ୍ମ ବିଷୟରେ ସେ କହିଛନ୍ତି ‘ସଲମାନ ଖାନ୍‌ ଜଣେ ବଡ଼ ଷ୍ଟାର୍‌ । ସେ ମୋତେ ଏହି ସୁଯୋଗ ଦେଇଛନ୍ତି । ସେ ମୋ ପାଇଁ ଦ୍ୱାର ଖୋଲି ଦେଇଛନ୍ତି ।
ଅନ୍ୟ ଏକ ଫିଲ୍ମ ପାଇଁ ସାଜିଦ ଖାନ୍‌ଙ୍କୁ ଧନ୍ୟବାଦ । ଫିଲ୍ମରେ ମୁଁ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରୁଛି ।’