EntertainmentLatest

ଶାହାରୁଖ ମୋ ଜୀବନରେ ଭିଲିଆନ୍‌: ସ୍ୱରା ଭାସ୍କର

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବଶୀଘ୍ର ଫିଲ୍ମ ‘ଜାହାଁ ଚାର ୟାର’ରେ ନଜର ଆସିବେ । ବର୍ତ୍ତମାନ ସେ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସ୍ୱରାଙ୍କ ସହ ପୂଜା ଚୋପ୍ରା, ଶିଖା ତଲସାନିଆ ଏବଂ ମେହେର ବିଜୟ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ।

ଏହି ଫିଲ୍ମର ପ୍ରମୋସନ ସମୟରେ ସ୍ୱରା ଭାସ୍କର ଶାହରୁଖ ଖାନ ଏବଂ ଆଦିତ୍ୟ ଚୋପ୍ରାଙ୍କୁ ତାଙ୍କ ଲଭ ଲାଇଫ୍‌କୁ ଖରାପ କରିଥିବାର ଅଭିଯୋଗ କରିଛନ୍ତି । ବାସ୍ତବରେ, ଫିଲ୍ମ ଜାହାଁ ଚାର ୟାରର ପ୍ରମୋସନ ସମୟରେ ସ୍ୱରା ଏକ ପ୍ରଶ୍ନ ଉପରେ କହିଥିଲେ ଯେ ଆଦିତ୍ୟ ଚୋପ୍ରା ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ଦିଲୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ ତାଙ୍କ ଲଭ ଲାଇଫ୍‌କୁ ଖରାପ କରି ଦେଇଛି ।

ଏହାକୁ ନେଇ ସ୍ୱରା କହିଛନ୍ତି, ‘ମୁଁ ଆଦିତ୍ୟ ଚୋପ୍ରା ସାର୍ ଏବଂ ଶାହରୁଖ ଖାନଙ୍କୁ ମୋ ଲଭ ଲାଇଫ୍ ଖରାପ କରିଥିବାର ଅଭିଯୋଗ କରିଛି । କାରଣ ମୁଁ ଟିନ୍ ଏଜ୍‌ରେ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ଦେଖିଥିଲି ଏବଂ ସେବେଠାରୁ ମୁଁ ମୋର ରାଜ୍‌କୁ ଖୋଜୁଥିଲି, ଯିଏ ଶାହାରୁଖଙ୍କ ପରି ଦେଖାଯାଉ । କିନ୍ତୁ ରାଜ … ବାସ୍ତବରେ ଅନୁଭବ କଲି ଯେ ରାଜ ହିଁ ନାହିଁ ।

ସେହି ସମୟରେ ପୂଜା କହିଛନ୍ତି କି ସ୍ୱରା ଅବିବାହିତ ଏବଂ ରିଲେସନସିପ୍ ପାଇଁ ପ୍ରସ୍ତୁତ । ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଚାରିଜଣ ମହିଳା ବନ୍ଧୁଙ୍କ କାହାଣୀ । ‘ଜାହାଁ ଚାର ୟାର’ରେ ପ୍ରଦର୍ଶିତ ହେବ । ଏହା ୧୬ ସେପ୍ଟେମ୍ବରରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।