FeaturedLatestNews

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ୩ ମୃତ

ବାରିପଦା (ସଂକେତ ଟିଭି): ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଦିନ ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡ଼ିଆଲବନ୍ଧ ଗ୍ରାମର ଲକ୍ଷ୍ମଣ ସିଂ(୨୦) ଓ ଆକାଶ ବିନ୍ଧାଣୀ(୧୫) ଏବଂ ଦଲକିଶୋଳର ରାଜେନ ସିଂ(୨୫) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆକାଶ ଓ ଲକ୍ଷ୍ମଣ ଔଷଧ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ତେବେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।