FeaturedLatestNewsPolitics

ମାର୍ଚ୍ଚ ୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାର୍ଚ୍ଚ ୫ ତାରିଖରେ ଓଡିଶା ଆସିବେ । ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ଏନେଇ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ସାମିଲ ହେବେ ଓ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଲତା ଉସେଣ୍ଡି କହିଛନ୍ତି, ଜନସାଧାରଣଙ୍କ ବିକାଶକୁ ଦୃଷ୍ଟିରେ ରଖି ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ । ସୂଚନା ଥାଉକି, ଗତ ଫେବୃଆରୀ ୩ ତାରିଖରେ ସମ୍ବଲପୁର ଗସ୍ତ କରିଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଥିଲେ ।