FeaturedGeneralLatestPolitics

କ୍ରସ୍ ଭୋଟିଂ କରିଥିବା ହିମାଚଳର ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ

ସିମଲା (ସଂକେତ ଟିଭି): ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ କଂଗ୍ରେସ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଧାନସଭାରେ ସଂସଦୀୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନଙ୍କ ୬ ଏମଏଲଏଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି ରଖିଥିଲେ । ଏହା ଉପରେ ବାଚସ୍ପତି କୁଲଦୀପ ସିଂହ ପଠାନିଆ ନିଷ୍ପତ୍ତି ଶୁଣାଇଛନ୍ତି । ଦଳୀୟ ହ୍ବିପରୁ ବେଖାତିର୍ କରି କ୍ରସ୍ ଭୋଟିଂ କରିଥିବାରୁ ତାଙ୍କ ଉପରେ ଦଳ ବିରୋଧୀ ଆଇନ ଲାଗୁ ହୋଇଛି । ଏହା ଜନାଦେଶର ଅପମାନ କହି ସ୍ପିକର ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ।

ଅଯୋଗ୍ୟ ଘୋଷିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ରଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟ୍ଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା ଅଛନ୍ତି।

କଂଗ୍ରେସର ୬ ବାଗୀ ବିଧାୟକଙ୍କ ଉପରେ ଦଳବଦଳ ବିରୋଧୀ ଆଇନରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ଦାବି ହୋଇଥିଲା । ସୂଚନା ମୁତାବକ, ରାଜନୈତିକ ଦଳମାନଙ୍କ ମଧ୍ୟରେ ଘୋଡ଼ା ବେପାର ରୋକିବାକୁ ୧୯୮୫ରେ ରାଜୀବ ଗାନ୍ଧି ସରକାର ୯୨ତମ ସମ୍ବିଧାନ ସଂଶୋଧନ ଆଇନ ପାରିତ କରିଥିଲେ । ଏହି ଆଇନ ଆନୁଯାୟୀ, ନେତାମାନେ ରାଜନୈତିକ ଫାଇଦା ପାଇଁ ବାରମ୍ବାର ଦଳବଦଳ କରୁଥିବା ନେତାଙ୍କ ଉପରେ ଅଙ୍କୁଶ ଲାଗିବ । ଏହା ଆଇନକୁ ସମ୍ବିଧାନର ଦଶମ ଅନୁସୂଚୀ ରଖାଯାଇଛି ।

ହିମାଚଳ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସର ୬ ବିଧାୟକ ପାର୍ଟିର ଦ୍ବିପକୁ ବେଖାତିର କରି ବିଜେପି ରାଜ୍ୟସଭା ପ୍ରାର୍ଥୀ ହର୍ଷ ମହାଜନଙ୍କ ପକ୍ଷରେ ଭୋଟ୍ ଦେଇଥିଲେ । ପୂର୍ବରୁ ବିଧାନସଭାରେ ବଜେଟ୍ ପାସ୍ ବେଳେ ହ୍ବିପ୍ ଜାରି କରାଯାଇଥିଲା, ମାତ୍ର ୬ କଂଗ୍ରେସ ବିଧାୟକ ଏହାକୁ ପାଳନ କରିନଥିଲେ ।