FeaturedGeneralLatest

ମସ୍ତିଷ୍କ ସର୍ଜରୀ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସଦଗୁରୁ

ଭୁବନେଶ୍ବର (ସଂକେତ ଟିଭି) : ବ୍ରେନ୍ ସର୍ଜରୀ ପରେ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗୀ ବାସୁଦେବ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ବୁଧବାର ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲ୍ରୁ ଡିସ୍ଡିଚାର୍ଜ ହୋଇଥିବା ସୂଚନା ମିଳିଛି । ତାଙ୍କ ଡିସ୍ଡିଚାର୍ଜ ନେଇ ହସ୍ପିଟାଲ ଗୃପର ଯୁଗ୍ମପରିଚାଳନା ନିର୍ଦ୍ଦେଶକ ଡ. ସଂଗୀତ ରେଡ୍ଡୀ ସୂଚସୂ ଦେଇଛନ୍ତି।

ସଦଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚସୂ ଦେଇ ଡ. ରେଡ୍ଡୀ କହିଛନ୍ତି “ ତାଙ୍କର(ସଦଗୁରୁ) ଆରୋଗ୍ୟ ଲାଭ କରିବା ଓ ଚିକିତ୍ସା ଉପରେ ଡାକ୍ତରମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦ୍ଗୁରୁ ସୁସ୍ଥ ହେବା ସହ ତାଙ୍କର ପୂର୍ବ ପରି ସମାନ ଉତ୍ସାହ ମଧ୍ୟ ରହିଛି। ବିଶ୍ୱର ମଙ୍ଗଳ କାମନା ଚିନ୍ତାଧାରା, ତାଙ୍କର ତୀକ୍ଷ୍ଣୀ ମାନସିକତା ଓ ବ୍ୟଙ୍ଗ କରିବାର ଶୈଳୀ ସବୁ କିଛି ପୂର୍ବ ପରି ଠିକ୍ ଠାକ୍ ଅଛି।

ସଦ୍ଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚସୂ ଦେଇ ଇଶା ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖରେ ସଦଗୁରୁଙ୍କର ଏମ୍ଆରଆଇ ସ୍କାନ କରାଯାଇଥିଲା। ଏଥିରେ ତାଙ୍କ ବ୍ରେନରେ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ଏହା ସତ୍ତ୍ୱେ ବି ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରୁ ଓହରି ନଥିଲେ। ହାଇପାୱାର ପେନ୍ କିଲର ଖାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରବଳ ମୁଣ୍ଡବିନ୍ଧା ହେବା ପରେ ମାର୍ଚ୍ଚ ୧୭ ତାରିଖରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଥିଲା।